ସୂର୍ଯ୍ୟକୁମାରଙ୍କ ଦମଦାର ଶତକ, ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ
ବେ ଓଭାଲ: ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଶତକ ଅର୍ଜନ କରିଛନ୍ତି । ଗୋଟିଏ କ୍ୟାଲେଣ୍ଟର ବର୍ଷରେ ତାଙ୍କର ଏହା ଦ୍ବିତୀୟ ଶତକ । ୫୧ ବଲରେ ୧୧୧ ରନ୍ କରିଛନ୍ତି ସ୍କାଏ । ଏଥିରେ ରହିଛି ୧୧ଟି ଚୌକା ଓ ୭ଟି ଛକା । ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ଭାରତ ୧୯୧ ରନ୍ କରିଛି । ନ୍ୟୁଜିଲାଣ୍ଡ ଆଗରେ ୧୯୨ ରନର ବିଜୟ ଲକ୍ଷ୍ୟ ରହିଛି ।
ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ମାତ୍ର ୬ ରନ୍ କରି ପନ୍ତ ଆଉଟ ହୋଇଥିବା ବେଳେ ଭାରତକୁ ଲାଗିଥିଲା ପ୍ରଥମ ଝଟକା । ତେବେ ଅନ୍ୟତମ ଓପନର ଇଶାନ କିଷନଙ୍କ ସହ ସାଥ ଦେବାକୁ କ୍ରିଜକୁ ଓହ୍ଲାଇଥିଲେ ସୂର୍ଯ୍ୟକୁମାର । ଉଭୟ ମିଶି ନ୍ୟୁଜିଲାଣ୍ଡ ବୋଲରଙ୍କ ବିରୋଧରେ ହାତଖୋଲା ସର୍ଟ ଖେଳିଥିଲେ । କିଷାନ ୩୬ ରନ କରି ଆଉଟ ହୋଇଥିବା ବେଳେ ଶ ଆୟର ଏବଂ ହାର୍ଦ୍ଧିକ ପାଣ୍ଡ୍ୟା ୧୩ ରନ୍ ଲେଖାଏଁ କରିଥିଲେ । ଦୀପକ ହୁଡା ଏବଂ ଓ୍ବାସିଂଟନ ସୁନ୍ଦର ଖାତା ଖୋଲି ପାରିନଥିଲେ । ଶେଷ ଓଭରରେ ହାଟ୍ରିକ ଉଇକେଟ ନେଇଥିଲେ ଟିମ୍ ସାଉଦି