ଭାରତକୁ ୫ ୱିକେଟ୍‌ରେ ହରାଇଲା ପାକିସ୍ତାନ

ଦୁବାଇରେ ଭାରତକୁ ୫ ୱିକେଟ୍‌ରେ ହରାଇଛି ପାକିସ୍ତାନ । ପାକିସ୍ତାନ ଆଗରେ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ଦେଇଥିଲା ଭାରତ । ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିଥିବା ପାକିସ୍ତାନ ଆଗରେ ୧୮୨ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ। ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ୍ ହରାଇ ୧୮୧ ରନ୍ କରିଥିଲା ଟିମ୍ ଇଣ୍ଡିଆ। ଦଳ ପକ୍ଷରୁ ସର୍ବାଧିକ ୬୦ ରନ୍ କରିଛନ୍ତି ବିରାଟ କୋହଲି। ୪୪ଟି ବଲ୍‌ରେ ୪ଟି ଚଉକା ଏବଂ ଗୋଟିଏ ଛକ୍କା ସହ ବିରାଟ୍ ୬୦ ରନ୍ କରିଛନ୍ତି। ତେବେ କେ.ଏଲ୍.ରାହୁଲ ଏବଂ ରୋହିତ ଶର୍ମା ୨୮ ରନ୍ ଲେଖାଏଁ ହାସଲ କରିଥିଲେ ।

ପାକିସ୍ତାନ ପାଇଁ ମହମ୍ମଦ ରିଜୱାନ୍‌ ୭୧ ରନ୍ ପାଳି ଖେଳିବା ନିର୍ଣ୍ଣାୟକ ହୋଇଥିଲା। ଅର୍ଶଦୀପ ସିଂହ କ୍ୟାଚ୍‌ ଛାଡ଼ିବା, ରବି ବିଷ୍ଣୋଇ ୩ ୱାଇଡ୍ ବଲ୍‌ ପକାଇବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବାରୁ ମହମ୍ମଦ ନୱାଜ ।