ବିଶ୍ୱ ଟେଷ୍ଟ ଚାମ୍ପିୟନ ଦକ୍ଷିଣ ଆଫ୍ରିକାକୁ ମିଳିଲା ୩୧ କୋଟି ଟଙ୍କା

ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଚାମ୍ପିୟନ୍ ହୋଇଛି । ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକାର ବିଜୟରେ ଏଡେନ୍ ମାର୍କରାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଆଉ ୧୩୬ ରନର ଶତକୀୟ ପାଳି ଖେଳିଥିଲେ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପ୍ରଥମ ବର୍ଷ ନ୍ୟୁଜିଲ୍ୟାଣ୍ଡ ଭାରତକୁ ପରାସ୍ତ କରି  ପ୍ରଥମ ବିଜେତା ବନିଥିଲା । ପରେ ଦ୍ବିତୀୟ ବର୍ଷ ଅଷ୍ଟ୍ରେଲିଆ ଦଳ ଭାରତକୁ ପରାସ୍ତ କରି ଦ୍ୱିତୀୟ ଚାମ୍ପିୟନ ବନିଥିଲା । ଏବେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମଥର ଚାମ୍ପିୟନ ବନିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଜିତିବା ପରେ ଚାମ୍ପିୟନ ଦକ୍ଷିଣ ଆଫ୍ରିକା ଉପରେ ଟଙ୍କା ବର୍ଷା ହୋଇଛି । ଦକ୍ଷିଣ ଆଫ୍ରିକା ଦଳକୁ ୩.୬ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ପ୍ରାୟ ୩୧ କୋଟି ଟଙ୍କା ପୁରସ୍କାର ମିଳିଛି । ଯାହା ୨୦୨୧ ଏବଂ ୨୦୨୩ରେ ଦିଆଯାଇଥିବା ୧.୬ ମିଲିୟନ ଆମେରିକୀୟ ଡଲାର ପୁରସ୍କାର ଅପେକ୍ଷା ବହୁତ ଅଧିକ । ଯେତେବେଳେ ରନର୍ସ-ଅପ୍ ଦଳକୁ ୨.୧୬ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୧୮.୬୩ କୋଟି ଟଙ୍କା) ମିଳିଛି । ହେଲେ ଗତ ରନର୍ସ-ଅପ୍ ଦଳକୁ ୮୦, ୦୦୦ ଡଲାର ମିଳିଥିଲା ।

Leave a comment