ବିଜେପିରେ ଯୋଗ ଦେବେ ରାହୁଲ : କଣ କ୍ରିକେଟ୍ କୋଚଙ୍କ ଏହା ନୂତନ ଇନିଂସର ସଙ୍କେତ ?

ବିଜେପିରେ ଯୋଗ ଦେବେ ରାହୁଲ : କଣ କ୍ରିକେଟ୍ କୋଚଙ୍କ ଏହା ନୂତନ ଇନିଂସର ସଙ୍କେତ ?

ମେଟ୍ରୋ ଟିଭି ଓଡିଶା (୧୦.୫.୨୦୨୨)

ଧର୍ମଶାଳାରେ ମେ ୧୨ରୁ ମେ ୧୫ ମଧ୍ୟରେ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିର ବୈଠକ ଆୟୋଜିତ ହେବ। ସବୁଠୁ ବଡ ବିଷୟ ଏଥିରେ ଯୋଗ ଦେବେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ। ବିଜେପିର ଧର୍ମଶାଳା ବିଧାୟକ ବିଶାଳ ନେହରିୟା କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପାର୍ଟିର ଅନ୍ୟ ପଦାଧିକାରୀ ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ନେହରିଆ କହିଛନ୍ତି, ତିନି ଦିନିଆ ବୈଠକରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ସାମିଲ୍ ହେବେ। ଏଥିରେ ସମଗ୍ର ଦେଶରୁ ୧୩୯ ପ୍ରତିନିଧି ଯୋଗ ଦେବେ। ସବୁଠୁ ବଡ ଚର୍ଚ୍ଚାର ବିଷୟ ଏହି ବୈଠକରେ ଯୋଗ ଦେବେ ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ। ତାଙ୍କ ସଫଳତାରେ ଯୁବ ବର୍ଗଙ୍କୁ ଏହି ସନ୍ଦେଶ ଯିବ ଯେ ଆମେ କେବଳ ରାଜନୀତିରେ ନୁହେଁ ବରଂ ଅନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ବଢି ପାରିବୁ ବୋଲି ବିଧାୟକ କହିଛନ୍ତି।

ତିନି ଦିନିଆ କାର୍ଯ୍ୟକାରିଣୀ ବୈଠକ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଠିକ୍ ପୂର୍ବରୁ ଆୟୋଜିତ ହେଉଛି। ଏମିତିରେ ବିଜେପି କାର୍ଯ୍ୟକ୍ରମରେ ରାହୁଲ ଦ୍ରାବିଡଙ୍କ ଯୋଗଦାନରେ ରାଜନୀତିର ଅନେକ ଅର୍ଥ ବାହାର କରାଯାଉଛି। କିଛି ଲୋକ ଏହାକୁ ରାହୁଲ ଦ୍ରାବିଡଙ୍କ ନୂତନ ଇନିଂସର ସଙ୍କେତ ରୂପେ ଦେଖୁଛନ୍ତି। କିନ୍ତୁ ଏହାକୁ ବର୍ତ୍ତମାନ ଦୃଢତାର ସହ କୁହାଯାଇ ପାରିବ ନାହିଁ।