ଢାକା: ଭାରତ ଓ ବାଂଲାଦେଶ ଆରମ୍ଭ ହୋଇଛି ଦ୍ବିତୀୟ ଟେଷ୍ଟ୍। ପ୍ରଥମ ଟେଷ୍ଟ୍କୁ ୧୮୮ ରନ୍ରେ ଜିତିବା ପରେ ଭାରତର ପଲା ଭାରି ରହିଛି । ପ୍ରଥମ ଟେଷ୍ଟ୍ ଭଳି ଦ୍ବିତୀୟ ଟେଷ୍ଟ୍ରେ ଭାରତର ବ୍ୟାଟସମ୍ୟାନଙ୍କର ପଲା ବି ଭାରି ରହିବ । ପ୍ରଥମ ଟେଷ୍ଟରେ ଚେତେଶ୍ବର ପୂଜାରା, ଶୁବମନ ଜିଲ୍, ଶ୍ରେୟସ ଆୟର, ରବିଚନ୍ଦ୍ରନ୍ ଅଶ୍ବିନ୍ ଏବଂ କୁଲ୍ଦୀପ ଯାଦବ ଭଲ ବ୍ୟାଟିଂ କରିବାରୁ ଦଳ ଜିତିବାରେ ସହାୟକ ହୋଇଥିଲା । ବ୍ୟାଟ୍ ଓ ବଲ୍ରେ ପ୍ରଭାବୀ ରହିଥିଲେ କୂଳଦୀପ ଯାଦବ । ତାଙ୍କୁ ମୂଲ୍ୟବାନ ସହଯୋଗ ଦେଇ ମହମ୍ମଦ ସିରାଜ ପ୍ରଥମ ପାଳିରେ ଏବଂ ଅକ୍ଷର ପଟେଲ ଦ୍ବିତୀୟ ପାଳିରେ ଚମତ୍କାର ବୋଲିଂ କରିବାରୁ ଦଳ ଭଲ ବ୍ୟବଧାନରେ ମ୍ୟାଚ ଜିତିଥିଲା। ବାଲାଂଦେଶ ଟସ ଜିତି ବ୍ୟାଟିଂ କରିବା ନିଷ୍ପତ୍ତି ନେଇଛି ।
ଦ୍ବିତୀୟ ଟେଷ୍ଟ୍ରେ ମୁଖ୍ୟତଃ ସ୍ପିନରଙ୍କ ଉପରେ ସମସ୍ତଙ୍କର ନଜର ରହିବ । କୁଲ୍ଦୀପ ପ୍ରଥମ ଟେଷ୍ଟ୍ରେ ଘରୋଇ ଦଳର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ଦ୍ବିତୀୟ ଟେଷ୍ଟରେ ଭାରତର ଦବଦବା ରହିଛି । ଏହି ଟେଷ୍ଟ ଜିତିଲେ ଟେଷ୍ଟ ଚାମ୍ପିଅନସିପ ଫାଇନାଲ କୁ ଯୋଗ୍ୟତା ଅର୍ଜନ କରିବାରେ ସୁବିଧା ହୋଇପାରେ ।