ପାକିସ୍ତାନ ବିପକ୍ଷରେ ନିଉଜିଲ୍ୟାଣ୍ଡର 152 ରନ
ସିଡ୍ନି: ନ୍ୟୁଜଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୫୨ ରନ୍ କରିଛି। ଫଳରେ ୧୫୩ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ବ୍ୟାଟିଂ କରିବାକୁ ଓହ୍ଲାଇବ ପାକିସ୍ତାନ। ସେମିଫାଇଲାନରେ ନ୍ୟୁଜଲାଣ୍ଡ କ୍ୟାପଟେନ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବ୍ୟଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଆରମ୍ଭରୁ ଫିନ ଆଲେନଙ୍କ ଓ୍ବିକେଟ୍ ହରାଇଥିଲେ ବି ଡେଭନ କନଓ୍ବେ ଓ ଅଧିନାୟକ କେନ ଓ୍ବିଲିୟମସନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍ଥିତିକୁ ସୁଧାରିଥିଲେ । ଦଳ ପକ୍ଷରୁ ଡେରିଲ ମିଚେଲ ସର୍ବାଧିକ ୫୩ ରନ (ଅପରାଜିତ) କରିଥିବାବେଳେ କେନ ଓ୍ବିଲିୟମସନ ୪୬ ରନ ଓ ଡେଭନ କନଓ୍ବେ ୨୧ ରନ କରିଥିଲେ । ସେହିପରି ଜେମ୍ସ ନିସାମ ୧୬ରନ କରି ଅପରାଜିତ ଥିଲେ ।