ଟି-୨୦ ରାଙ୍କିଙ୍ଗରେ ଭାରତର ଦବଦବା
ମେଟ୍ରୋ ଟିଭି ଓଡିଶା (୪.୫.୨୦୨୨)
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି। ମାନ୍ୟତାରେ ଭାରତୀୟ ଦଳର ଦବଦବା ଦେଖିବାକୁ ମିଳିଛି। ଭାରତ ଶୀର୍ଷରେ ଥିବା ବେଳେ ବାର୍ଷିକ ରାଙ୍କିଙ୍ଗରେ ଇଂଲଣ୍ଡ ଦ୍ଵିତୀୟ ସ୍ଥାନରେ ରହିଛି।

ଭାରତୀୟ ଦଳର ଟି-୨୦ ସିରିଜରେ ପ୍ରଦର୍ଶନ ଦମଦାର ରହିଛି। କିନ୍ତୁ ଗତବର୍ଷ ଟି-୨୦ ବିଶ୍ଵ କପରେ ଭାରତୀୟ ଦଳର ପ୍ରଦର୍ଶନ ନିରାଶଜନକ ଥିଲା। ଦଳ ଗ୍ରୁପ ପର୍ୟ୍ୟାୟରୁ ବାଦ୍ ପଡିଥିଲା। ଅଷ୍ଟ୍ରେଲିଆ ଚାମ୍ପିଅନ ହୋଇଥିଲା। ତେବେ ବିଶ୍ଵ ଚାମ୍ପିଅନ ଅଷ୍ଟ୍ରେଲିଆ ତାଲିକାରେ ବହୁ ପଛରେ ରହିଛି।
ଟି-୨୦ ମାନ୍ୟତାରେ ୨୭୦ ପଏଣ୍ଟ ସହ ଟିମ୍ ଇଣ୍ଡିଆ ଶୀର୍ଷରେ ରହିଛି। ଇଂଲଣ଼୍ଡ ୨୬୫ ପଏଣ୍ଟ ସହ ଦ୍ଵିତୀୟ ସ୍ଥାନରେ, ପାକିସ୍ତାନ(୨୬୧)ତୃତୀୟ ଏବଂ ଦକ୍ଷିଣ ଆଫ୍ରିକା(୨୫୩) ଚତୁର୍ଥ ସ୍ଥାନରେ ରହିଛି। ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ୨୫୧ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିବା ବେଳେ ବିଶ୍ଵ କପ୍ ଫାଇନାଲରେ ପ୍ରବେଶ କରିଥିବା ନ୍ୟୁଜିଲାଣ୍ଡ ୨୫୦ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି