କେମିତି ରହିବ CSKର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧?
ଆଇପିଏଲ-୨୦୨୪ ପାଇଁ ନିଲାମ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ପ୍ରାୟ ସମସ୍ତ ଦଳର ସ୍କ୍ୱାଡ ଫାଇନାଲ ହୋଇଯାଇଛି । କେବଳ କୋଲକାତା ଏବଂ ରାଜସ୍ଥାନ ବ୍ୟତୀତ ଅନ୍ୟ ସମସ୍ତ ଦଳରେ ୨୫ ଜଣ ଲେଖାଏଁ ଖେଳାଳି ସାମିଲ ହୋଇଛନ୍ତି । ତେବେ ଏହି ଅକ୍ସନରେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ଚଳିତବର୍ଷ ଅକ୍ସନରେ ୬ ଜଣ ଖେଳାଳିଙ୍କୁ ସାମିଲ କରିଛି । ଶାର୍ଦ୍ଦୁଳ ଠାକୁର, ରଚିନ ରବିନ୍ଦ୍ର, ଡାରିଲ ମିଚେଲ ଏବଂ ସମୀର ରିଜଭିଙ୍କ ସହ ମୁସ୍ତାଫିଜୁର ରହମାନ ଓ ଅରାବେଲୀ ଅବନୀଶ ଚେନ୍ନାଇ ସହ ଯୋଡ଼ି ହୋଇଛନ୍ତି ।ଚେନ୍ନାଇ ସୁପର କିଙ୍ଗସକୁ ୫ ଥର ଆଇପିଏଲରେ ଚମ୍ପିଆନ୍ କରିଛନ୍ତି ଅଧିନାୟକ ଏମ.ଏସ ଧୋନୀ । ତେବେ ଅକ୍ସନ ପରେ ଚେନ୍ନାଇ ସୁପର କିଙ୍ଗସର ସମ୍ଭାବ୍ୟ ପ୍ଲେଇଙ୍ଗ-୧୧କୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ଆସନ୍ତା ସିଜନରେ କେଉଁ ଖେଳାଳିଙ୍କୁ ମାହି ଦଳରେ ସୁଯୋଗ ଦେବେ, ସେ ନେଇ ମଧ୍ୟ ଖୁବ ଚର୍ଚ୍ଚା ଲାଗି ରହିଛି । ଆସନ୍ତା ସିଜନରେ ୪ ନମ୍ବରରେ ଖେଳିବେ କିଏ? କାରଣ ଏହି ସ୍ଥାନ ପାଇଁ ୨ ଜଣ ଖେଳାଳିଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ।