ଆଜିଠାରୁ ଶସ୍ତାରେ ଏଲପିଜି ସିଲିଣ୍ଡର ପାଇପାରିବେ ଗ୍ରାହକ । ରାଜଧାନୀ ଦିଲ୍ଲୀରୁ ପାଟନା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଏବେ କମ୍ ମୂଲ୍ୟରେ ଗ୍ରାହକ ଏଲପିଜି ସିଲିଣ୍ଡର ପାଇବେ । ଗ୍ରାହକମାନଙ୍କ ପାଇଁ ଡିସେମ୍ବର ୨୨ ତାରିଖରୁ ସିଲିଣ୍ଡର ପିଛା ୩୯.୫୦ ଟଙ୍କା କମ୍ କରିଛନ୍ତି ସରକାର । ତେବେ ଆସନ୍ତୁ ଜାଣିବା କେଉଁଠି କେତେ ଟଙ୍କାରେ ମିଳିବ ଏଲପିଜି ଗ୍ୟାସ ସିଲିଣ୍ଡର ।ସୂଚନା ଅନୁସାରେ, ଏହି ରିହାତି କେବଳ ୧୯ କିଲୋ ବ୍ୟବସାୟିକ ସିଲିଣ୍ଡରରେ ପାଇପାରିବେ ଗ୍ରାହକ । କିନ୍ତୁ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ପାରିନାହିଁ । ମୂଲ୍ୟହ୍ରାସ ପରେ ଆଜିଠାରୁ ଦିଲ୍ଲୀରେ ଇଣ୍ଡେନ୍ କମର୍ସିଆଲ ସିଲିଣ୍ଡର ୧,୭୫୭ ଟଙ୍କାରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିବ । ଏହାପୂର୍ବରୁ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୯୬.୫୦ ଟଙ୍କା ରହିଥିଲା । କୋଲକାତାରେ ଏହି ସିଲିଣ୍ଡର ୧୯୦୮ଟଙ୍କାରୁ ୧୮୬୮.୫୦ ଟଙ୍କାକୁ ହ୍ରାସ ପାଇଛି । ସେହିପରି ମୁମ୍ବାଇ ସହରରେ ମଧ୍ୟ କାଲି ପର୍ଯ୍ୟନ୍ତ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୭୪୯ ଟଙ୍କା ରହିଥିବା ବେଳେ ଆଜିଠାରୁ ଏହା ୧୭୧୦ ଟଙ୍କାରେ ବିକ୍ରି ହେବ । ଚେନ୍ନାଇରେ ମଧ୍ୟ ଆଜିଠାରୁ ଏଲପିଜି ସିଲିଣ୍ଡର ୩୯.୫୦ ଶସ୍ତା ହୋଇ ୧୯୨୯ ଟଙ୍କାରେ ପାଇପାରିବେ ଗ୍ରାହକ ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post