ସୂର୍ଯ୍ୟ ଅସ୍ଥ ହେଉନଥିବା ଦେଶ : ନରୱେ

ସୂର୍ଯ୍ୟ ଅସ୍ଥ ହେଉନଥିବା ଦେଶ : ନରୱେ

ମେଟ୍ରୋ ଟିଭି ଓଡିଶା,୧୨/୨ : ଲଣ୍ଡନ ରୋମ, ଭେନିସ, ଓ ବର୍ଲିନ ସମେତ ୟୁରୋପରେ ଅନେକ ଦେଶ ଅଛି ଯାହାକି ସୁନ୍ଦରତାରେ ପରିପୂର୍ଣ୍ଣ । କିନ୍ତୁ ଏହି ସହରମାନଙ୍କ ଭିତରେ ଉତ୍ତର ୟୁରୋପରେ ଏମିତି ଏକ ଦେଶ ଅଛି ଯାହାକି ସୁନ୍ଦରତା ଓ ମନ ମୁଗ୍ଧକର ପରିବେଶର ଗନ୍ତାଘର। ଏହି ଦେଶକୁ ଅଦ୍ୱିତୀୟ ଦେଶ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ କାରଣ ଏଠାରେ ମାତ୍ର ୪୦ମିନିଟ ରାତି ହୋଇଥାଏ। ଯେ କେହି ଏହା ଶୁଣୁଛି ଘଡିଏ ଭାବୁଛି କିନ୍ତୁ ଏହା ସତ ଏବଂ କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ ।

ବିଚିତ୍ର ଦେଶ : ନରୱେ


ଏହି ଦେଶ ନରୱେ ନାମରେ ପରିଚିତ । ଗୋଟିଏ ପଟେ ନରୱେ ବିଶ୍ୱର ବିତ୍ତଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଅନ୍ୟ ପକ୍ଷରେ ସୁନ୍ଦରତା ଭରା ଦେଶମାନଙ୍କ ମଧ୍ୟରେ ସାମିଲ ରହିଛି। ଏଠାକାର ପ୍ରାକୃତିକ ସୁନ୍ଦରତା ଉପଭୋଗ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟେ । ନରୱେରେ ଥିବା ବରଫାବୃତ ପାହାଡ଼ ଓ ସବୁଜିମା ଭରା ପ୍ରାକୃତିକ ପରିବେଶ ବର୍ଷସାରା ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରିଥାଏ। ଏଠାରେ ଏପରି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ ଯାହା ଅନ୍ୟ ସ୍ଥାନରେ ଦେଖିବା ବିରଳ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଦେଶ : ନରୱେ



ନରୱେରେ ତୁଷାରପାତ ହେଉଥିବା ସମୟରେ ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଯାଏ। ନରୱେର ରାଜଧାନୀ ଓସ୍ଲୋରେ ତିଆରି ହୋଇଥିବା ଛୋଟ ଛୋଟ ଘର ଗୁଡ଼ିକ ଖୁବ ଆକର୍ଷଣୀୟ ହୋଇଥାଏ। ଏହି ଦେଶଟି ବିଷୁବ ରେଖାରେ ଥିବାରୁ ଏଠାରେ ମାତ୍ର ୪୦ ମିନିଟ ପାଇଁ ରାତି ହୋଇଥାଏ । ନରୱେର ରୋରୋସ୍ ସହରକୁ ସବୁଠାରୁ ଥଣ୍ଡା ଅଞ୍ଚଳ ବୋଲି କୁହାଯାଏ । ଏଠାରେ ତାପମାତ୍ରା ବିଯୁକ୍ତ ୫୦ଡିଗ୍ରୀ ପର୍ଯ୍ୟନ୍ତ ଖସିଯାଏ।

ନରୱେକୁ ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍‌

ନରୱେକୁ ‘ଲ୍ୟାଣ୍ଡ ଅଫ୍ ଦ ମିଡନାଇଟ୍ ସନ୍’ ବୋଲି କୁହାଯାଏ କାରଣ ରାତି ୧୨:୪୩ରେ ସେଠାରେ ସୂର୍ଯ୍ୟାସ୍ତ ହେବା ସହ ମାତ୍ର ୪୦ ମିନିଟ୍ ପରେ ପୁଣି ସୂର୍ଯ୍ୟ ଉଦୟ ହୁଅନ୍ତି । ଆଉ ଏକ ଆଶ୍ଚର୍ଯ୍ୟକର କଥା ହେଉଛି ଏଠାରେ ମେ ରୁ ଜୁଲାଇ ମାସ ମଧ୍ୟରେ ୭୬ ଦିନ ପାଇଁ ସୂର୍ଯ୍ୟ କେବେବି ଅସ୍ତ ହୁଅନ୍ତି ନାହିଁ । ଉତ୍ତର ନରୱେରେ ଶୀତ ଋତୁରେ ମଧ୍ୟ ସୂର୍ଯ୍ୟ ଆଦୌ ଅସ୍ତ ହୁଅନ୍ତି ନାହିଁ।

ମୃତ୍ୟୁ ପରେ ମଧ୍ୟ ନଷ୍ଟ ହୁଏନି ଶରୀର


ନରୱେରେ ଥିବା ଲଙ୍ଗ ଇୟରବେନରେ ବର୍ଷ ସାରା ପ୍ରବଳ ଥଣ୍ଡା ଅନୁଭୁତ ହେଉଥିବାରୁ ଏଠାରେ ମୃତ୍ୟୁ ପରେ ଶରୀର ପୋତା ଯାଇଥିବା ଶରୀର ମଧ୍ୟ ଡିକମ୍ପୋଜ୍ ହୁଏ ନାହିଁ । ସବୁଠାରୁ ବିରଳ କଥା ହେଉଛି ବିଗତ ୭୦ବର୍ଷ ହେଲା ଏଠାରେ ଲୋକମାନଙ୍କର ମୃତ୍ୟୁ ହୋଇନାହିଁ । ନରୱେର ଅଧିକାଂଶ ସ୍ଥାନ ସବୁବେଳେ ବରଫାବୃତ ଥାଏ । ଏଠାକାର ସୁନ୍ଦରତା ପର୍ଯ୍ୟଟକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ନରୱେର ହୈମରଫେଷ୍ଟ ସହରକୁ ୟୁନିସ୍କୋର ବିଶ୍ୱ ଐତିହ୍ୟ ସ୍ଥଳରେ ସାମିଲ କରାଯାଇଛି । ଏହି ସହରରେ ୧୨:୪୦ରେ ସୂର୍ଯ୍ୟାସ୍ତ ପରେ ରାତି ହୋଇଥାଏ ଓ ପୁଣି ୪୦ ମିନିଟ ପରେ ସୂର୍ଯ୍ୟ ଉଦୟ ହୁଅନ୍ତି । ନରୱେର ସ୍ୱାଲୱାଡରେ ଏପ୍ରିଲ୧୦ରୁ ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୂର୍ଯ୍ୟ ସବୁବେଳେ କିରଣ ପ୍ରଦାନ କରନ୍ତି ।