ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ ଶ୍ରୀମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା ଏହି ନିଆରା ଦୃଶ୍ୟ । ମୂଷା ପାଟିରୁ ଜୟଜଗନ୍ନାଥ ଶୁଣି ଚମକି ପଡିଲେ ଲୋକେ , ମାଣବସା ଗୁରୁବାରରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ ।ମୂଷା ତୁଣ୍ଡରୁ ଆଜି ଅନର୍ଗଳ ବାହାରୁଛି ଜଗନ୍ନାଥ ନାମ । ଶୁଣନ୍ତୁ କଣ କହୁଛନ୍ତି ମୂଷା ଦୁଇଟି, ୪୨ ସେକଣ୍ଡେରୁ -୫୫ । ହଁ ଆଜ୍ଞା ମୂଷା ଏଠି କହୁଛି ଜୟଜଗନ୍ନାଥ , ଗାଉଛି ଜଗନ୍ନାଥ ଭଜନ । ଖାଲି ସେତିକି ନୁହେଁ ମଣିଷଙ୍କ ପରି ସିଂହଦ୍ୱାରରେ ପହଂଚି ଜଗନ୍ନାଥଙ୍କୁ ପ୍ରଣାମ କରୁଛନ୍ତି ମୂଷା ଦୁଇଟି । ଆଜିର ଏହି କଳିଯୁଗରେ ଯଉଠି ମଣିଷ ଭଗବାନଙ୍କ ନାମ ନେବାକୁ ସମୟ ପାଉନି , ଭଗବାନଙ୍କ କଥା ଭୁଲି ଯାଉଛି ସେଇଠି ଏ ମୂଷା ତା ତୁର୍ଡ଼ରେ ଜଗନ୍ନାଥଙ୍କ ନାମ ସ୍ମରଣ କରି ଚାଲିଛି ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post