ପୃଥିବୀ ଭଳି ନୂଆ ଗ୍ରହ ଠାବ

ପୃଥିବୀ ଭଳି ନୂଆ ଗ୍ରହ ଠାବ

ମେଟ୍ରୋ ଟିଭି ଓଡିଶା,୧୨/୨ : ଆମ ମହାକାଶରେ ରହିଛି ବିଭିନ୍ନ ଗ୍ରହ ଉପଗ୍ରହ । ଏହି ସବୁ ଗ୍ରହ ନକ୍ଷତ୍ରରେ ସାଧରଣ ଜନଜୀବନ ବସବାସ କରିବା ସମ୍ଭବ ପର ନୁହେ । ଏଥିପାଇ କେବଳ ପୃଥିବୀ ଏକମାତ୍ର ଗ୍ରହ ଯେଉଠି ଲୋକ ମାନେ ବାସ କରନ୍ତି । କିନ୍ତୁ ଭାରତୀୟ ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶରେ ପୃଥିବୀ ଭଳି କିଛି ଗ୍ରହ ଠାବ କରିଛନ୍ତି। ଏହି ଗ୍ରହଗୁଡିକରେ ପୃଥିବୀ ଭଳି ବସବାସ କଲାଭଳି ପରିବେଶ ଥାଇପାରେ ବୋଲି ସେମାନେ କହିଛନ୍ତି। ବିଟ୍ସ ପିଲାନିର ଗୋଆସ୍ଥିତ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋଫିଜିକ୍ସ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀମାନେ ମିଳିତ ଭାବରେ ଇଣ୍ଟେଲିଜେନ୍ସ ଭିତ୍ତିକ ଆଲଗୋରିଦମ୍ ବ୍ୟବହାର କରି ଏହି ଗ୍ରହଗୁଡିକୁ ଠାବ କରିଛନ୍ତି। ମଲ୍ଟି ଷ୍ଟେଜ ମେମେଟିକ ବାଇନାରୀ ଟ୍ରି ଆନୋମାଲି ଆଇଡେଣ୍ଟିଫାୟର ନାମକ ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଧାରିତ ପଦ୍ଧତିକୁ ସେମାନେ ଉପଯୋଗ କରିଛନ୍ତି।

ବସବାସ କରିବେ କି ଲୋକେ !

linked-https://fb.watch/b76mFqjoIw/


ଏହି ଗବେଷକଦଳ କହିଛନ୍ତି ଯେ ସାମ୍ପ୍ରତିକ ଆକଳନ ଅନୁଯାୟୀ ଆମ ଗ୍ରହାଣୁପୁଞ୍ଜରେ ଗ୍ରହ ସଂଖ୍ୟା ବହୁ ଶହ କୋଟି ହେବ। ସମ୍ଭବତଃ ତାରା ସଂଖ୍ୟାଠାରୁ ମଧ୍ୟ ଗ୍ରହଗୁଡିକର ସଂଖ୍ୟା ଅଧିକ ହେବ। ତେଣୁ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ ପୃଥିବୀ ଭଳି ଆଉ କିଛି ଜୀବନ ଧାରଣ ଉପଯୋଗୀ ଗ୍ରହ ରହିଛି କି ନାହିଁ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସର ଜ୍ୟୋତିର୍ବିଜ୍ଞାନୀ ଏବଂ ବିଟ୍ସ ପିଲାନିର ଗୋଆସ୍ଥିତ କ୍ୟାମ୍ପସର ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀକୁ ଏକ ବ୍ୟତିକ୍ରମ ଭାବରେ ଗ୍ରହଣ କରି ସେହି ଆଧାରରେ ବସତିଯୋଗ୍ୟ ଅନ୍ୟ ଗ୍ରହ ଠାବ କରିବାକୁ ଆନୋମାଲି ଚିହ୍ନଟ ପଦ୍ଧତି ଅନୁସରଣ କରିଥିଲେ।


ସେମାନଙ୍କ ଗବେଷଣାର ମୂଳ ବିଷୟ ଥିଲା, ହୁଏତ ମହାକାଶରେ ଆଉ କିଛି ଏହିଭଳି ବ୍ୟତିକ୍ରମ ଥିବା ଗ୍ରହ ଥାଇପାରନ୍ତି, ଯେଉଁଠାରେ ବସତିଯୋଗ୍ୟ ପରିବେଶ ଥାଇପାରେ । ତଥ୍ୟ ଅନୁଯାୟୀ ମହାକାଶରେ ୬୦ ଏହିଭଳି ଗ୍ରହ ରହିଛି ଯେଉଁଠାରେ ବସବାସ କରିବା ପରିସ୍ଥିତି ଥାଇପାରେ। ବିଟ୍ସ ପିଲାନି ଗୋଆ କ୍ୟାମ୍ପସ୍ର ପ୍ରଫେସର ସ୍ନେହାଂଶୁ ସାହା ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆଷ୍ଟ୍ରୋଫିଜିକ୍ସର ଡଃ.ମାର୍ଗାରିଟା ସାଫନୋଭାଙ୍କ ନେତୃତ୍ୱରେ ଏହି ଗବେଷକ ଦଳ ଗ୍ରହ ବ୍ୟବସ୍ଥାରେ ବ୍ୟତିକ୍ରମ ଠାବ କରିବାକୁ ଏକ ନୂତନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିକ ଆଲଗୋରିଦମ ବିକଶିତ କରିଛନ୍ତି।