ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ଜନ୍ମ ନେଲା ଅଦ୍ଭୁତ ବାଛୁରୀ

ମେଟ୍ରୋ ଟିଭି ଓଡିଶା,୩/୨ : ଏହି ଦୁନିଆ ଅଦ୍ଭୁତ ଆଉ ବିସ୍ମୟ । ଇଶ୍ୱରଙ୍କର ଏହି ସୃଷ୍ଟି ବିଚିତ୍ର । ଏହି ବିଚିତ୍ର ସୃଷ୍ଟିରେ କିଛି ବି ଅସମ୍ଭବ ନୁହେଁ । ଦୁନିଆରେ ବହୁ୍ନ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଥାଏ ଏବଂ ଏହି ଘଟଣା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ ହୋଇଥାଏ । ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଅ।ସିଛି । ଯାହାକି ଏକ ଗାଈ ଦୁଇଟି ମୁଣ୍ଡ ଥିବା ବାଛୁରୀ ଜନ୍ମ କରିଛି ।

YouTube player

ପୂର୍ବରୁ ଅ।ପଣ ଗୋଟିଏ ଗାଈର ୫ ଟି ଗୋଡ ଥିବା କଥା ଶୁଣି ଥିବେ କିନ୍ତୁ ଏହି ଜନ୍ମ ହୋଇଥିବା ବାଛୁରୀର ୨ ମୁଣ୍ଡ ଏବଂ ୩ଟିି ଆଖି ଥିବା ଘଟଣା ସାମ୍ନାକୁ ଅ।ସଛି । ଏହି ଅଦ୍ଭୁତ ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ କରଡ଼ଗାଡ଼ିଆ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ଅକ୍ରୁର ପ୍ରଧାନଙ୍କ ଏକ ଗାଈ ଦୁଇ ମୁଣ୍ଡ ଏବଂ ୩ଟି ଆଖି ଥିବା ଏକ ବାଛୁରୀ ଜନ୍ମ ଦେଇଛି । ପରେ ଏହି ବାଛୁରୀଟିକୁ ଦେଖିବା ପାଇଁ ଭିଡ ଜମିଥିଲା ।
ରିପୋର୍ଟ ଯୋଗେଶ୍ୱର ପଣ୍ଡା ମେଟ୍ରୋ ଟିଭି ଓଡିଶା