ପ୍ରତିବର୍ଷ ପାଳନ ନୀଳାଦ୍ରି ବିଜେରେ ରସଗୋଲା ଦିବସ ହୁଏ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିଲେ। ବାହୁଡ଼ା ପରଦିନ ରଥ ଉପରେ ବଡ଼ ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁନାବେଶରେ ଦର୍ଶନ ଦେଇଥିଲେ। ଏହା ପରେ ଶ୍ରୀଜିଉଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ହେଲା ଅଧରପଣା ଏବଂ ଆଜି ହେଉଛି ନୀଳାଦ୍ରି ବିଜେ। ଏହି ନୀଳାଦ୍ରି ବିଜେରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ଭୋଗ ହୋଇଥାଏ ରସଗୋଲା। ତେବେ ଆଜିର ଦିନରେ କାହିଁକି ରସଗୋଲା ଭୋଗ ହୁଏ ଜାଣନ୍ତୁ ସେ ସମ୍ପର୍କରେ…ମହାପ୍ରଭୁଙ୍କ ଉପାସନାରେ ଦୁଇ ପ୍ରକାର ଭୋଗ ବ୍ୟବସ୍ଥା ରହିଛି। ତାହା ହେଲା ସଙ୍କୁଡ଼ି ଓ ନିଃସଙ୍କୁଡ଼ି। ସାଧାରଣତଃ ଅନ୍ନ, ଡାଲି, ବେସର ପ୍ରଭୃତିକୁ ସଙ୍କୁଡ଼ି ଭୋଗ କୁହାଯାଉଥିବା ବେଳେ ନିଃସଙ୍କୁଡ଼ି ଭୋଗ କହିଲେ ପିଠାପଣାକୁ ବୁଝାଯାଏ। ଏହା ମଧ୍ୟ ଦୁଇଭାଗରେ ବିଭକ୍ତ। ପିଷ୍ଟାନ୍ନ ଓ ମିଷ୍ଟାନ୍ନ। ଘିଅ ବ୍ୟବହୃତ ହୋଇ ପ୍ରସ୍ତୁତ ହେଉଥିବା ପିଠାକୁ ପିଷ୍ଟାନ୍ନ ଓ ବିନା ଘିଅରେ ପ୍ରସ୍ତୁତ ଅମୁଣିଆକୁ ମିଷ୍ଟାନ୍ନ କୁହାଯାଏ। ବର୍ଷକୁ ଥରେ ଘିଅ ବ୍ୟବହାର ନ ହୋଇ ଛେନାରେ ପ୍ରସ୍ତୁତ ମିଠା ହେଲା ରସଗୋଲା। ଏହା ଦାରୁଦିଅଁଙ୍କ ନୀତି ସହିତ ସମ୍ପୃକ୍ତ ହୋଇଛି। ଦାରୁଦିଅଁ ଆଡ଼ପମଣ୍ଡପରୁ ଆସି ନୀଳାଦ୍ରି ବିଜେ ଦିନ ଶ୍ରୀମନ୍ଦିରର ଭଣ୍ଡାର ଗୃହ ନିକଟରେ ପହଞ୍ଚତ୍ବା ପରେ ୫ଟି ନୀତି ସମ୍ପନ୍ନ ହୋଇଥାଏ। ପ୍ରଥମେ ଗଇଁଠାଳ ଖୋଲାଯିବା ପରେ ବନ୍ଦାପନା ନୀତି ହୋଇଥାଏ। ତାହାପରେ ଭିତରଚ୍ଛ ମହାପାତ୍ର ଦାରୁଦିଅଁଙ୍କ ପ୍ରତିନିଧି ରୂପେ ସେଠାରେ ଉପସ୍ଥିତ ହୋଇ ରସଗୋଲା ଭୋଗ କରାଇଥାନ୍ତି। ଏହାପରେ ଘଷା ନୀତି ହୋଇ ବିଡ଼ିଆ ମଣୋହି ହୁଏ। ଏହି ପାଞ୍ଚନୀତି ପରେ ଦାରୁଦିଅଁ ରତ୍ନବେଦୀକୁ ବିଜେ କରନ୍ତି।ପୌରାଣିକ କଥା ଅନୁଯାୟୀ, ରସଗୋଲା ଦେବୀ ଲକ୍ଷ୍ମୀଙ୍କୁ ଭୋଗ ଭାବରେ ଅର୍ପଣ କରାଯାଇଛି। ବିଶ୍ୱାସ କରାଯାଏ, ପ୍ରଭୁ ଜଗନ୍ନାଥ ମା’ ଲକ୍ଷ୍ମୀଙ୍କ ବିନା ଅନୁମତିରେ ୯ ଦିନର ଯାତ୍ରାରେ ଯାଇଥିଲେ। ସ୍ବାମୀ ଏବଂ ତାଙ୍କ ଯାତ୍ରାକୁ ନେଇ ମା’ ଲକ୍ଷ୍ମୀ ରାଗି ମନ୍ଦିରର ପ୍ରବେଶ ଦ୍ୱାରରେ ତାଲା ପକାଇ ଦେଇଥିଲେ ଯେ, ତାଙ୍କ ସ୍ବାମୀ ଯେପରି ଘର ଭିତରକୁ ପ୍ରବେଶ ନ କରନ୍ତି। ତେଣୁ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଜଗନ୍ନାଥ ତାଙ୍କୁ ରସଗୋଲା ଅର୍ପଣ କରିଥିଲେ।ପ୍ରଭୁ ଜଗନ୍ନାଥଙ୍କ ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ ରସଗୋଲା ଦିବସ ସହିତ ଜଡ଼ିତ ରହିଛି।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post