ଦେଶବାସୀଙ୍କୁ ଅନୁରୋଧ କରିଲେ ମୋଦୀ

ଦେଶବାସୀଙ୍କୁ ମୋଦୀଙ୍କ ଅପିଲ । ନିଜ ସୋସିଆଲ ମିଡିଆ ଡିପି ବା କଭର ଫଟୋକୁ ବଦଳାଇବା ପାଇଁ ଅନୁରୋଧ କରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କର ସୋସିଆଲ ମିଡିଆ ଫଟୋକୁ ପରିବର୍ତ୍ତନ କରି ଏଥିରେ ତ୍ରିରଙ୍ଗା ଫଟୋ ରଖିବା ପରେ ଏହି ପରାମର୍ଶ ଦେଇଛନ୍ତି । ଦେଶ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏକ ସାମୁହିକ ଆନ୍ଦୋଳନ ‘ହର ଘର ତ୍ରିରଙ୍ଗା’ ଅଭିଯାନଙ୍କୁ ପାଳନ କରୁଛି । ମୋଦୀ ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଲେଖିଛନ୍ତି ମୁଁ ଆଜି ମୋର ସୋସିଆଲ ମିଡିଆର ଡିପିକୁ ତ୍ରିରଙ୍ଗାକୁ ପରିବର୍ତ୍ତନ କରିଛି । ମୁଁ ଆପଣ ମାନଙ୍କୁ ମଧ୍ୟ ଏହା କରିବାକୁ ଅନୁରୋଧ କରୁଛି ।ଏହାସହିତ ପ୍ରଧାନମନ୍ତ୍ରୀ ପୀଙ୍ଗାଲି ଭେଙ୍କାୟାଙ୍କୁ ତାଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପୀଙ୍ଗାଲି ଭେଙ୍କାୟା ଜାତୀୟ ପତାକା ଡିଜାଇନ କରିଥିଲେ । ଆଜି ତାଙ୍କ ଜନ୍ମଦିନରେ ସେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ତ୍ରିରଙ୍ଗା ନିର୍ମାଣ ପାଇଁ ତାଙ୍କର ଯେଉଁ ଅବଦାନ ରହିଛି ତାହାକୁ ଦେଶ ସଦା ସର୍ବଦା ମନେ ରଖିବ ବୋଲି ମୋଦୀ ପ୍ରକାଶ କରିଛନ୍ତି ।