ବିଶ୍ବ ଏଡ୍ସ ଦିବସ। ଚଳିତ ବର୍ଷ ନାକୋ ପକ୍ଷରୁ ‘ଗୋଷ୍ଠୀ ସମୂହକୁ ନେତୃତ୍ବ ଦିଅ’ ବାର୍ତ୍ତା ନେଇ ସବୁଠି ସଚେତନତା ସୃଷ୍ଠି କରାଯିବ। ତେବେ ଏଡ୍ସକୁ ନେଇ ବିଭିନ୍ନ ସରକାରୀ ଓ ଘରୋଇ ଅନୁଷ୍ଠାନ ପକ୍ଷରୁ ଯେତେ ସଚେତନତା ସୃଷ୍ଟି କରାଗଲେ ବି ଏଡ୍ସ ନିୟନ୍ତ୍ରଣ ହେବା ସ୍ବାସ୍ଥ୍ୟ ବିଭାଗ ପାଇଁ ଏକପ୍ରକାର ଚ୍ୟାଲେଞ୍ଜ୍ ହୋଇଯାଇଛି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯେତେ ସଚେତନତା ସୃଷ୍ଟି କରାଗଲେ ବି କାଟୁ କରୁନି। ଦିନକୁଦିନ ଏଡ୍ସ ରୋଗୀଙ୍କ ସଂଖ୍ୟା ବରଂ ବୃଦ୍ଧି ପାଇଚାଲିଛି। ବିଶେଷକରି ଯୁବଗୋଷ୍ଠୀ ଏଥିରେ ଅଧିକ ଶିକାର ହେଉଥିବା ଜଣାପଡ଼ିଛି। ବଡ଼ କଥା ହେଲା, ଅନ୍ୟ ଜିଲ୍ଲା ଅପେକ୍ଷା ବାଲେଶ୍ବର ଜିଲ୍ଲାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଅଧିକ ରହିବା ଚିନ୍ତାର ବିଷୟ ପାଲଟିଛି।
ଡିଏପିସିୟୁ ରିପୋର୍ଟ ଅନୁସାରେ, ବାଲେଶ୍ବର ସହିତ ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲା ମିଶି ମୋଟ୍ ୧୯୫୬ ଚିହ୍ନଟ ହୋଇଛନ୍ତି। ଏଥିରେ ୬୫୫ ଜଣ ମହିଳା ଏବଂ ପୁରୁଷ ୧୦୫୦ ଜଣ ରହିଛନ୍ତି। ସେହିପରି ୧୧୯ ଜଣ ପିଲା ରହିଥିବା ଜଣାପଡ଼ିଛି। ସେହିପରି ଆଜିପର୍ଯ୍ୟନ୍ତ ୪୪୫ ଜଣଙ୍କର ଏଡ୍ସରେ ମୃତ୍ୟୁ ହୋଇସାରିଲାଣି। ତେବେ ଅନ୍ୟ ଜିଲ୍ଲାରେ ୨୦୨ ଜଣ ରହିଥିବା ବେଳେ ବାହାର ଜିଲ୍ଲାରୁ ୫୭ ଜଣ ରହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ବାଲେଶ୍ବର ଜିଲ୍ଲାରେ କେବଳ ୧୬୯୭ ଜଣ ରୋଗୀ ରହିଛନ୍ତି। ସବୁଠାରୁ ଅଧିକ ଏଡ୍ସ ରୋଗୀ ସୋର ବ୍ଲକରେ ରହିଥିବା ବେଳେ ଏହା ତଳକୁ ରହିଛି ସଦର ବ୍ଲକ।
Trending
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
- ଦିଲ୍ଲୀରେ ଖୁବ୍ ଜୋର୍ରେ ବର୍ଷା , ତଳିଆ ଅଞ୍ଚଳ ଆଣ୍ଠୁଏ ପାଣି
Prev Post