ଦେଶର ଶେଷ ଗାଁ ଫଟୋ ଟୁଇଟ କରି ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରା

ଦେଶର ଶେଷ ଗାଁ ଫଟୋ ଟୁଇଟ କରି ଚର୍ଚ୍ଚାରେ ଆନନ୍ଦ ମହିନ୍ଦ୍ରା

ମେଟ୍ରୋ ଟିଭି ଓଡିଶା,୯/୨ : ସୋସିଆଲ ମିଡିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଟୁଇଟ କରିଥାନ୍ତି । ନିକଟରେ ସେହିଭଳି କିଛି ସେ ମଜାଦାର ଟୁଇଟ କରିଥିବା ଦେଖିବାକୁ ମିଳିଛି । ଗୁରୁବାର ଆନନ୍ଦ ମହିନ୍ଦ୍ରା କିଛି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀର ଫଟୋ ଶେୟାର କରିଛନ୍ତି।

ଯେଉଁଥିରେ ଦେଶର ଶେଷ ଗାଁ, ଶେଷ ଢ଼ାବା ଏବଂ ଶେଷ କାଫେର ଫଟୋ ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ୟୁଜର୍ସମାନେ ବେଶ୍ ପସନ୍ଦ କରିବା ସହ ସକାରତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।