ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ପର୍ବର ବିଶେଷ ମହତ୍ତ୍ୱ ରହିଛି । ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବକୁ ପାଳନ କରିବା ପାଇଁ ଏହି ପର୍ବ ପାଳନ କରାଯାଏ । ଜନ୍ମାଷ୍ଟମୀ ଦିନ ଶ୍ରୀକୃଷ୍ଣଙ୍କୁ ବାଳ ଗୋପାଳ ରୂପରେ ପୂଜା କରାଯାଏ । ଏହା ସାରା ଦେଶରେ ଖୁବ ହର୍ଷ, ଉଲ୍ଲାସରେ ପାଳନ କରିଥାନ୍ତି ଶ୍ରଦ୍ଧାଳୁ । କୃଷ୍ଣ ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିଲେ ପ୍ରଭୁ ବାଲ ଗୋପାଳ । ତେଣୁ ପ୍ରତ୍ୟେକ ମାସ ଏହି ଦିନରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ । ତେବେ ଚଳିତବର୍ଷ କେଉଁ ତାରିଖରେ ପଡ଼ୁଛି ଶ୍ରୀକୃଷ୍ଣଙ୍କ ଜନ୍ମ ତିଥି? ଆସନ୍ତୁ ଜାଣିବା କେବେ ପାଳନ ହେବ ପବିତ୍ର ଜନ୍ମାଷ୍ଟମୀ…ଜନ୍ମାଷ୍ଟମୀ ପ୍ରତ୍ୟେକ ବର୍ଷ ଭାଦ୍ରପଦ ମାସରେ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ ପାଳନ ହୋଇଥାଏ । ଚଳିତବର୍ଷ ଆସନ୍ତା ଅଗଷ୍ଟ ୨୬ ତାରିଖ ସକାଳ ୩.୩୯ ସମୟରୁ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିର ଆରମ୍ଭ ହେଉଛି । ତେବେ ଏହାର ପର ଦିନ ଅର୍ଥାତ୍ ଅଗଷ୍ଟ ୨୭ ତାରିଖ ରାତି ୨.୧୯ ମିନିଟରେ ଶେଷ ହେବ ଏହି ପବିତ୍ର ତିଥି । ତେଣୁ ଉଦୟତିଥି ଅନୁସାରେ, ଚଳିତବର୍ଷ ଅଗଷ୍ଟ ୨୬ ତାରିଖ ସୋମବାର ଦିନ ପବିତ୍ର ଜନ୍ମାଷ୍ଟମୀ ପାଳନ କରିବ ସାରା ଭାରତ ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post