ଶୀତୁଆ ସକାଳ ସହ ଜଙ୍ଗଲ ପରିବେଷ୍ଟିତ ଶାନ୍ତି ଓ ସବୁଜ ପରିବେଶରେ ଭରପୁର ମଜା ନେବା ସହ ବଣଭୋଜି କରିବାରେ ମିଳିଥାଏ ନିଆରା ଅନୁଭୂତି । ଆଉ ସେହି ଅନୁଭୂତିର ମଜା ନେବାପାଇଁ ପର୍ଯ୍ୟଟନ ସ୍ଥଳୀରେ ଲାଗିଥାଏ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ଆମ ରାଜ୍ୟରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ସେଥିମଧ୍ୟରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ଥିବା ରତ୍ନଗଣ୍ଡ ଜଳପ୍ରପାତ ଅନ୍ୟତମ । ଯାହାକି ଏଠିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଖାଲି ରାଜ୍ୟ ନୁହେଁ ବରଂ ରାଜ୍ୟବାହାରର ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।ବଣପାହାଡ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଓ ଶାନ୍ତ ପରିବେଶ ମଧ୍ୟରେ ରହିଛି ଏକ ପ୍ରାକୃତିକ ଝରଣା । କୁଳୁ କୁଳୁ ନାଦରେ ପାହାଡ଼ ଉପରୁ ଝରି ଆସୁ ଥିବା ନଦୀ, ପକ୍ଷୀ ମାନଙ୍କ ଚିକିରି ମିକିରି ଶବ୍ଦ ଓ ଶାନ୍ତ ପରିବେଶର ଦୃଶ୍ୟ ଯେ କୌଣସି ଲୋକଙ୍କୁ ମଧ୍ୟ ଆକର୍ଷିତ କରିନେବ। ଏ ହେଉଛି ବଣପାହାଡ଼ ଘେରା ଏହି ସୋନ୍ଦର୍ଯ୍ୟ ଭରା ସ୍ଥାନ ଦଶପଲ୍ଲାର ରତ୍ନଗଣ୍ଡ ଜଳପ୍ରପାତ । ଏହା ନୟାଗଡ଼ ଜିଲ୍ଲାର ଦଶପଲ୍ଲା ସଦର ମହକୁମା ଠାରୁ ପ୍ରାୟ ୧୭ କିଲୋମିଟର ଦୂର ବିରିଗଡ଼ ପାହାଡ଼ ପାଦଦେଶରେ ଅବସ୍ଥିତ । ପ୍ରତ୍ୟେକବର୍ଷ ନଭେମ୍ବରରୁ ଜାନୁଆରୀ ମାସ ଓ ବିଭିନ୍ନ ପର୍ବପର୍ବାଣୀ ସମୟରେ ଏହି ସ୍ଥାନରେ ଭୋଜି ଭାତ ସହ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।ପ୍ରତ୍ୟେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରତ୍ନଗଣ୍ଡ ଜଳପ୍ରପାତକୁ ଦେଖିବାକୁ ଆସୁଛନ୍ତି ଅନେକ ପର୍ଯ୍ୟଟକ। ରତ୍ନଗଣ୍ଡ ଜଳପ୍ରପାତ,ପରିସରରେ ରହିଛି ଏକ ପଥର ଶର୍ଯ୍ୟା । ପଥର ଶର୍ଯ୍ୟାରୁ ପ୍ରାୟ ୨ଶହ ଫୁଟର ଜଳପ୍ରପାତ ତା’ ସହିତ ବହୁ ଆକର୍ଷଣୀୟ ସ୍ଥାନ ରହିଥିବାବେଳେ ଏହାର ଚତୁଃପାର୍ଶ୍ବ ବଣ ପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post