ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି

ରାଷ୍ଟ୍ରପତି ଭବନ ପରିସରରେ ଥିବା ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ ପରିବର୍ତନ କରାଯାଇଛି । ମୋଦୀ ସରକାର ମୋଗଲ ଗାର୍ଡେନର ନାମକୁ ହଟାଇ ଅମୃତ ଉଦ୍ୟାନ ରଖିଛନ୍ତି । ଏଣିକି ରାଷ୍ଟ୍ରପତି ଭବନ ପରିସରରେ ଥିବା ଏହି ଉଦ୍ୟାନକୁ ଲୋକେ ଅମୃତ ଉଦ୍ୟାନ ନାଁରେ ଜାଣିବେ । ଶନିବାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଉଦ୍ୟାନ ବର୍ଷକୁ ଥରେ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥାଏ ।
ଚଳିତ ବର୍ଷ ଜାନୁୟାରୀ ୩୧ ତାରିଖରେ ଏହି ଉଦ୍ୟାନକୁ ଦେଖିବା ପାଇଁ ଲୋକଙ୍କୁ ଛଡାଯିବ । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ଉଦ୍ୟାନ ଉତ୍ସବ ୨୦୨୩ର ଉଦଘାଟନ କରିବେ । ସେପଟେ ମୋଗଲ ଗାର୍ଡେନ ନାଁକୁ ବଦଳାଇ ଅମୃତ ଉଦ୍ୟାନ ନାଁ ରଖିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି । କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, ଦେଶର ଅମୃତ ମହୋତ୍ସବ ଚାଲିଥିବା ବେଳେ ଗୁଲାମୀର ସବୁ ପ୍ରତୀକକୁ ହଟାଇବାକୁ ସରକାର ଉଦ୍ୟମ କରୁଛନ୍ତି ।