ଆସିଛି ପାର୍ବଣ ଋତୁ । ତେବେ ପୂଜାପାଇଁ ଲୋକମାନେ ମଧ୍ୟ ସପିଂ କରିବାରେ ଲାଗି ପଡିଲେଣି। କିଏ ଅନଲାଇନରେ ଅଫର ଦେଖି ସପିଂ କରୁଛି ତ କିଏ ଅଫଲାଇନରେ ମାର୍କେଟ ମାର୍କେଟ ବୁଲି ବଜେଟ ଫ୍ରୁଫ ଜିନିଷ କିଣିବାରେ ଲାଗିଛନ୍ତି। ତେବେ ପାର୍ବଣକୁ ନେଇ ଅନେକ ରୋଷେଇ ଘର ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ଶସ୍ତା ହୋଇପାରେ ବୋଲି କଳ୍ପନା କରାଯାଉଛି। ତେବେ ଉତ୍ସବ ସମୟରେ ମଇଦା, ଚାଉଳ, ଡାଲି, ତେଲ ଏବଂ ଚିନି ମୂଲ୍ୟରେ ନ ବଢାଇବାକୁ ସରକାର ଦିର୍ଦ୍ଦେଶ ଦେଇଛନ୍ତି। ସାମଗ୍ରୀ ଯୋଗାଣ ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ସରକାର ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ଏହି ସାମଗ୍ରୀର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ଷ୍ଟକ ହୋଲ୍ଡିଂ ସୀମା ଧାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ବଜାରରେ ଗହମ, ଚାଉଳ, ଚଣା ଏବଂ ପିଆଜକୁ ଅଧିକ ଅଧିକ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।ଇକୋନୋମିକ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପାର୍ବଣ ସମୟରେ ଚିନି ସମେତ ଖାଦ୍ୟ ସାମଗ୍ରୀର ମୂଲ୍ୟ ଶୀର୍ଷରେ ପହଞ୍ଚିଥାଏ। କିନ୍ତୁ ଏଥର ଦର ବୃଦ୍ଧି ହେବ ନାହିଁ। ଗହମ, ମଇଦା, ଚଣା, ଦୁଗ୍ଧ ସାମଗ୍ରୀ, ରନ୍ଧନ ତେଲ ଓ ଚିନିର ମୂଲ୍ୟ ନିୟନ୍ତ୍ରଣ ରହିବ ବୋଲି ଆଶା କରାଯାଉଛି।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
Prev Post
Next Post