ମେଟ୍ରୋ ଟିଭି ଓଡିଶା,୧୩/୧: କର୍ତ୍ତାରପୁର କରିଡର ପାଲଟିଲା ଦୁଇଭାଇଙ୍କ ମିଳନର ସ୍ଥାନ । ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୀର୍ଘ ୭୪ ବର୍ଷ ପରେ ଭେଟ ହୋଇଛନ୍ତି ସେମାନେ। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ ପରିବାରଠାରୁ ଅଲଗା ଯାଇଥିଲେ । ଉଭୟ ଭାଇଙ୍କ ନାମ ମହମ୍ମଦ ସିଦ୍ଦିକି ଏବଂ ହବିବ। ସିଦ୍ଦିକି ପାକିସ୍ତାନର ଫଇସଲାବାଦରେ ଏବଂ ହବିବ ଭାରତର ପଞ୍ଜାବର ଫୁଲାନୱାଲାରେ ରୁହନ୍ତି। ଯେତେବେଳେ ସେମାନେ କର୍ତ୍ତାରପୁର କରିଡରରେ ଭେଟିଲେ, ସେତେବେଳେ ଦୁହେଁ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ପରସ୍ପର କନ୍ଦାକନ୍ଦି ହୋଇ ଆଲିଙ୍ଗନ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ପରିବାର ସଦସ୍ୟଙ୍କ ଆଖି ମଧ୍ୟ ଲୁହ ଭରି ଯାଇଥିଲା।
ସୂଚନା ଅନୁଯାୟୀ, ମହମ୍ମଦ ସିଦ୍ଦିକ ପାକିସ୍ତାନର ଫୈସଲାବାଦରେ ରହୁଥିବା ବେଳେ ତାଙ୍କ ବଡ଼ ଭାଇ ଶେଲା ଭାରତର ପଞ୍ଜାବରେ ରୁହନ୍ତି। ଏବେ ଦୁଇ ଦେଶର ସରକାରଙ୍କ ଉଦ୍ୟମ ଯୋଗୁ ଦୁଇ ଭାଇ ଏକାଠି ହୋଇଛନ୍ତି। ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର କରିଡର ନିର୍ମାଣ କରିଛନ୍ତି। ୨୦୧୯ରୁ ଏହା କାର୍ଯ୍ୟକ୍ଷମ ହେଉଛି। କରିଡର ଯୋଗୁ ଭିସା ମୁକ୍ତ ଯାତ୍ରା ସମ୍ଭବ ହୋଇପାରୁଛି। ଏହି କରିଡର ଯୋଗୁ ଦୁଇ ଭାଇ ଏକାଠି ହୋଇଥିବାରୁ ସେମାନେ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।
Trending
- ଏଣିକି ଜମି କିଣାବିକା ପଞ୍ଜୀକରଣ ଦଲିଲ ମାତ୍ର ଚାରି ପୃଷ୍ଠାରେ ସୀମିତ ରହିବା ସହ ସେଲ୍ ଡିଡ୍ ରେଜିଷ୍ଟ୍ରେସନ ସମ୍ପୂର୍ଣ୍ଣ ପେପରଲେସ୍ ହେବ
- ଓଡ଼ିଶା ଯାତ୍ରୀ ସୁରକ୍ଷା ଆପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ସ୍କୁଲ ଆସିବା-ଯିବା କିମ୍ବା ପରିସରରେ ଛାତ୍ରଛାତ୍ରୀଙ୍କ ଦୁର୍ଘଟଣା ଘଟିଲେ ମିଳିବ ୨ ଲକ୍ଷ ସହାୟତା ଘୋଷଣା କଲେ ରାଜ୍ୟ ସରକାର
- ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ନେତା ସତ୍ୟେନ୍ଦ୍ର ଜୈନଙ୍କୁ ବଡ଼ ଆଶ୍ୱସ୍ତି, ମିଳିଲା ଜାମିନି
- ପବିତ୍ର ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ କନ୍ଧମାଳ ଜିଲ୍ଲା, ଆଶ୍ରମରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ
- ଆସନ୍ତାକାଲି ମିଳିବ ସିଏମ୍-କିଷାନ ଯୋଜନାର ପଞ୍ଚମ କିସ୍ତି,ରାଜ୍ୟର ୪୧ ଲ୪ରୁ ଉର୍ଦ୍ଧ କୃଷକ ପରିବାର ଉପକୃତ ହେବେ
- ଭିତରକନିକାରେ ତିନି ଦିନ ଧରି ପକ୍ଷୀ ଗଣନା ଚାଲିବ,ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
Prev Post
Next Post