ମେଟ୍ରୋ ଟିଭି ଓଡିଶା,୧୩/୧: କର୍ତ୍ତାରପୁର କରିଡର ପାଲଟିଲା ଦୁଇଭାଇଙ୍କ ମିଳନର ସ୍ଥାନ । ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଅଲଗା ହୋଇଥିଲେ ଦୁଇ ଭାଇ। ଦୀର୍ଘ ୭୪ ବର୍ଷ ପରେ ଭେଟ ହୋଇଛନ୍ତି ସେମାନେ। ଭାରତ-ପାକିସ୍ଥାନ ବିଭାଜନ ସମୟରେ ଜଣେ ଭାଇ ତାଙ୍କ ପରିବାରଠାରୁ ଅଲଗା ଯାଇଥିଲେ । ଉଭୟ ଭାଇଙ୍କ ନାମ ମହମ୍ମଦ ସିଦ୍ଦିକି ଏବଂ ହବିବ। ସିଦ୍ଦିକି ପାକିସ୍ତାନର ଫଇସଲାବାଦରେ ଏବଂ ହବିବ ଭାରତର ପଞ୍ଜାବର ଫୁଲାନୱାଲାରେ ରୁହନ୍ତି। ଯେତେବେଳେ ସେମାନେ କର୍ତ୍ତାରପୁର କରିଡରରେ ଭେଟିଲେ, ସେତେବେଳେ ଦୁହେଁ ସେମାନଙ୍କର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ପରସ୍ପର କନ୍ଦାକନ୍ଦି ହୋଇ ଆଲିଙ୍ଗନ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ପରିବାର ସଦସ୍ୟଙ୍କ ଆଖି ମଧ୍ୟ ଲୁହ ଭରି ଯାଇଥିଲା।
ସୂଚନା ଅନୁଯାୟୀ, ମହମ୍ମଦ ସିଦ୍ଦିକ ପାକିସ୍ତାନର ଫୈସଲାବାଦରେ ରହୁଥିବା ବେଳେ ତାଙ୍କ ବଡ଼ ଭାଇ ଶେଲା ଭାରତର ପଞ୍ଜାବରେ ରୁହନ୍ତି। ଏବେ ଦୁଇ ଦେଶର ସରକାରଙ୍କ ଉଦ୍ୟମ ଯୋଗୁ ଦୁଇ ଭାଇ ଏକାଠି ହୋଇଛନ୍ତି। ଭାରତ ଓ ପାକିସ୍ତାନ ମିଳିତ ଭାବେ କର୍ତ୍ତାରପୁର କରିଡର ନିର୍ମାଣ କରିଛନ୍ତି। ୨୦୧୯ରୁ ଏହା କାର୍ଯ୍ୟକ୍ଷମ ହେଉଛି। କରିଡର ଯୋଗୁ ଭିସା ମୁକ୍ତ ଯାତ୍ରା ସମ୍ଭବ ହୋଇପାରୁଛି। ଏହି କରିଡର ଯୋଗୁ ଦୁଇ ଭାଇ ଏକାଠି ହୋଇଥିବାରୁ ସେମାନେ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post