ଏଲଆଇସିର ଏକ ନୂଆ ଜୀବନ ବୀମା ପଲିସି ଜୀବନ ଉତ୍ସବ ଜାରି କରିଛି । କମ୍ପାନୀ ଏହି ପଲିସିକୁ ଅନେକ ଗୁଡିଏ ଆକର୍ଷକ ଫିଚର ସହିତ ଜାରି କରିଛି । ଏଥିରେ ନିିବେଶକଙ୍କ ଲାଗି ସୁନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ରହିଛି । ଏଲଆଇସି ପକ୍ଷରୁ କୁହାଯାଇଛି ଏହା ଏକ ନନ୍ ଲିଙ୍କଡ୍, ବ୍ୟକ୍ତିଗତ ସଞ୍ଚୟ ଓ ସଂପୂର୍ଣ୍ଣ ଜୀବନବୀମା ଯୋଜନା ।ଏଲଆଇସିର ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି କହିଛନ୍ତି ନୂଆ ପଲିସି ସୁନିଶ୍ଚିତ ରିଟର୍ଣ୍ଣ ସହିତ ଓ ଏହା ପୂର୍ଣ୍ଣ ହେବା ପରେ ପଲିସିଧାରକଙ୍କୁ ସାରା ଜୀବନ ବୀମାରାଶିର ୧୦% ମିଳିବ । ଏହା ବ୍ୟତିତ ଏଥିରେ ଲୋନ୍ ସୁବିଧା ଓ ସମୟ ପୂର୍ବରୁ ଉଠାଣର ସୁବିଧା ବି ରହିଛି ।ଆରମ୍ଭରୁ ପଲିସି ଧାରକଙ୍କ ନିକଟରେ ଦୁଇଟି ବିକଳ୍ପ ରହିବ ଯାହା ମଧ୍ୟରୁ ଗୋଟିଏକୁ ଚୟନ କରିବାକୁ ହେବ । ଏଥିମଧ୍ୟରେ ଗୋଟିଏ ବିକଳ୍ପ ହେବ ନିୟମିତ ଆୟ ଲାଭ ଓ ଅନ୍ୟଟି ଫ୍ଲେକ୍ସୀ ଆୟ ଲାଭ । ପଲିସିର ମିନିମମ୍ ବେସିକ୍ ବୀମା ରାଶି ରହିଛି ୫ ଲକ୍ଷ । ଅଧିକତମ ମୂଳ ବୀମା ରାଶିର କୌଣସି ସୀମା ନାହିଁ । ଏହି ପଲିସିରେ ସାରା ଜୀବନ ରିଟର୍ଣ୍ଣ ସହିତ ପ୍ରିିମିୟମ ଭରିବାର ଅବଧି ୫ରୁ ୧୬ ବର୍ଷ ମଧ୍ୟରେ ସୀମିତ । ପ୍ରିମିୟମ ଭରିବା ସମୟରେ ଅତିରିକ୍ତ ଗ୍ୟାରେଣ୍ଟି ବି ଦିଆଯିବ । ଏହି ପଲିସି ଲାଗି ନ୍ୟୁନତମ ବୟସ ୧୮ ପ୍ରିମିୟମ ଶେଷର ସର୍ବାଧିକ ବୟସ ୭୫ ରହିଛି ।
Trending
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
Prev Post
Next Post