ରାକ୍ଷୀପୂର୍ଣ୍ଣିମା ଉପଲକ୍ଷେ ଉତ୍ତରପ୍ରଦେଶ ମହିଳାଙ୍କୁ ଯୋଗୀ ସରକାରଙ୍କ ବଡ ଭେଟି । ରାକ୍ଷୀପୂର୍ଣ୍ଣିମାରେ ଉତ୍ତରପ୍ରଦେଶ ମହିଳାଙ୍କ ପାଇଁ ସରକାରୀ ବସରେ ମାଗଣା ଯାତ୍ରା ପାଇଁ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଅଥାର୍ତ ରାକ୍ଷୀ ପୂର୍ଣ୍ଣିମା ଦିନ ଉତ୍ତରପ୍ରଦେଶରେ ମହିଳା ମାନେ ବିନା ଟିକେଟରେ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ ଅଧିନରେ ଆସୁଥିବା ସମସ୍ତ ବସରେ ଯାତାୟତ କରିପାରିବେ ଓ ନିଜ ପ୍ରିୟଜନଙ୍କୁ ରାକ୍ଷୀ ବାନ୍ଧିପାରିବେ । ଏହି ସୁବିଧା ମହିଳାଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମିଳିବ । ଆଜାଦୀ କି ଅମୃତ ମହୋତ୍ସବକୁ ଦୃଷ୍ଟିରେ ରଖି ଏହି ମାଗଣା ବସ୍ ସେବା ୪୮ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ ।ଯୋଗୀ ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାକ୍ଷୀପୂର୍ଣ୍ଣିମା ଅବସରରେ ଅଗଷ୍ଟ ୧୦ ରାତି ୧୨ଟାରୁ ଅଗଷ୍ଟ ୧୨ ରାତି ୧୨ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ମାଗଣା ବସ୍ ସେବା ଉପଲବ୍ଧ ରହିବ । ସେହିଭଳି ବିଭିନ୍ନ ଉତ୍ସବ ପାଇଁ ଉତ୍ତରପ୍ରଦେଶରୁ ଦୂର ସ୍ଥାନକୁ ବସ୍ ଚଳାଚଳ କରିବ ।
Trending
- ଲଗାତାର ୩୦ ଦିନ ଧରି ଗିରଫ ହେବା ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ପଦ ହରାଇପାରନ୍ତି
- ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
- ନବୀନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
- ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ମାରିଥିଲେ ଚାପୁଡ଼ା
- କୋଟା-ବୁନ୍ଦି ଠାରେ ଆନୁମାନିକ ୧୫୦୭ କୋଟି ଟଙ୍କା ବ୍ୟୟରେ ଗ୍ରିନ୍ ଫିଲ୍ଡ ବିମାନ ବନ୍ଦର
- ଆଦି କର୍ମଯୋଗୀ ଅଭିଯାନ : ଉତ୍ତରଦାୟୀ ଶାସନ ବ୍ୟବସ୍ଥା
- କପା ଉପରେ ଆମଦାନୀ ଶୁଳ୍କ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଛାଡ
- ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି
- ୬ଥାକିଆ ହେବ ଭୁବନେଶ୍ବର ବାଇପାସ୍ ରୋଡ୍
- ଇଣ୍ଡି ମେଣ୍ଟ ତରଫରୁ ସୁଦର୍ଶନ ରେଡ୍ଡୀ ଉପରାଷ୍ଟ୍ରପତି ପ୍ରାର୍ଥୀ, କିନ୍ତୁ ଜିତିବେ ଏନଡିଏ ପ୍ରାର୍ଥୀ !
Prev Post
Next Post