ମଣିପୁରରେ ଅନେକ ଜିଲ୍ଲାରେ ୧୪୪ ଧାରା ଲାଗୁ

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ନେତୃତ୍ୱାଧୀନ ବିଜେପି ସରକାର ମଙ୍ଗଳବାର ଦିନ ବିଧାନସଭାରେ ମଣିପୁର (ପର୍ବତ କ୍ଷତ୍ର) ଜିଲ୍ଲାଗୁଡିକରେ ୬ ଏବଂ ୭ ଜିଲ୍ଲାପରିଷଦ ସଂଶୋଧନ ବିଲ ପାରିତ କରିବା ପରେ ପୁରା ରାଜ୍ୟରେ ହିଂସାର ମାହୋଲ ଦେଖିବାକୁ ମିଳିଛି । ସେପଟେ ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିବା କିଛି ସଂଗଠନର ନେତା ଗିରଫ ହୋଇଥିବା ବେଳେ ସେମାନଙ୍କୁ ମୁକୁଳାଇବାର ଦାବି କରି ପ୍ରଦର୍ଶନ ଜୋର ଧରିଛି ।

ଏସବୁକୁ ନଜରରେ ରଖି ମଣିପୁର ସରକାର ସମ୍ପୂର୍ଣ୍ଣ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି । ବିଷ୍ଣୁପୁର ଠାରେ ଏକ ସମୁଦାୟର ଯୁବକମାନେ ପ୍ରଦର୍ଶନ ବେଳେ ଏକ ଭ୍ୟାନରେ ନିଆଁ ଲଗାଇ ଦେଇଛନ୍ତି । ଏହିଠାରୁ ପରିସ୍ଥିତି ଉର୍ତ୍ତେଜନାପୂର୍ଣ୍ଣ ରହିଛି । ଏହାକୁ ନଜରରେ ରଖି ସରକାର ଆସନ୍ତା ୨ମାସ ପାଇଁ ଚୁରାଚାନ୍ଦପୁର ଓ ବିଷ୍ଣୁପୁର ଜିଲ୍ଲାରେ ଧାରା ୧୪୪ ଲାଗୁ କରିଦେଇଛନ୍ତି ।