ବରିଷ୍ଠ ବୈଜ୍ଞାନିକ ଡକ୍ଟର ଏନ କଲାଇସେଲ୍ଭିଙ୍କୁ ଏକ ବଡ଼ ଦାୟିତ୍ବ ପ୍ରଦାନ କରାଯାଇଛି। କାଉନ୍ସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସଆଇଆର)ର ମହାନିର୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଡ. କଲାଇସେଲ୍ଭି। ସେ ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦେଶକ। ଏହା ବ୍ୟତୀତ ତାଙ୍କୁ ଡିପାର୍ଟମେଣ୍ଟ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ସଚିବ ଦାୟିତ୍ବ ମଧ୍ୟ ପ୍ରଦାନ କରାଯାଇଛି। କଲାଇସେଲ୍ଭି ଏପ୍ରିଲରେ ଅବସର ନେଇଥିବା ଶେଖର ମାଣ୍ଡେଙ୍କ ସ୍ଥାନ ନେବେ। ମାଣ୍ଡେଙ୍କ ଅବସର ପରେ ବାୟୋଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଗୋଖଲେଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଥିଲା।କଲାଇସେଲ୍ଭି ଏପର୍ଯ୍ୟନ୍ତ ତାମିଲନାଡୁର କରଇକୁଡିରେ ସିଏସଆଇଆର-ସେଣ୍ଟ୍ରାଲ ଇଲେକ୍ଟ୍ରୋକେମିକାଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ।
Trending
- ବଳଙ୍ଗା ପୀଡିତା କିରୋସିନ ଢାଳି ନିଜ ଜୀବନ ନେଇଥିଲେ – ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଆତଙ୍କବାଦୀମାନଙ୍କୁ ସେମାନଙ୍କ ଧର୍ମ ଦେଖି ନୁହେଁ, ସେମାନଙ୍କ କାର୍ଯ୍ୟକୁ ଆଧାର କରି ହତ୍ୟା କରିଛି ଭାରତ –
- ଭିଜିଲାନ୍ସ ହାତରେ ୧୯୯ ଜଣ ସରକାରୀ ବାବୁ ଧରାପଡ଼ିଛନ୍ତି
- ନବରାତ୍ରର ପ୍ରଥମ ଦିନ
- ଭୁବନେଶ୍ବର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଦୀପ ଜେନା
- ବର୍ତ୍ତମାନ କରାଯାଇଥିବା GST ସଂସ୍କାର ଦ୍ୱାରା ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ – ପ୍ରଧାନମନ୍ତ୍ରୀ
- ବନ୍ଦ ଥିବା ୭୦ ଟି ମଦ ଦୋକାନ ଖୋଲିବା ପାଇଁ ମିଳିଛି ଅନୁମତି
- ଆରପାରିରେ ଆଦିବାସୀ ନେତା ଜର୍ଜ ତିର୍କୀ, ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
- ମହିଳାଙ୍କୁ ଟାଣିନେଇଥିଲା କୁମ୍ଭୀର , ମିଳିଲା ମୃତଦେହ
- ଆସାମ ରାଇଫଲ୍ସର ଗାଡ଼ି ଉପରେ ଆକ୍ରମଣ, ୨ ଜଣ ଯବାନ ସହିଦ ଓ ୩ ଯବାନ ଆହତ
Prev Post
Next Post