ସଂସଦର ବଜେଟ ଅଧିବେଶନ ଆଜିଠାରୁ

ନୂଆଦିଲ୍ଲୀ:  ସଂସଦର ବଜେଟ ଅଧିବେଶନ ଆଜିଠାରୁ ।  ଆସନ୍ତାକାଲି ଆସିବ ସାଧାରଣ ବଜେଟ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ ଅନେକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହୋଇଛି । ଆଜି ସେଣ୍ଟ୍ରାଲ ହଲରେ ଉଭୟ ସଦନର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି । ପରେ ଉପସ୍ଥାପିତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିବେ ୨୦୨୩-୨୦୨୪ ଲାଗି ସାଧାରଣ ବଜେଟ । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ଯାଏ ଚାଲିବ । ଦ୍ବିତୀୟ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ଯାଏ ଚାଲିବ ।