ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀ!

ଭୁବନେଶ୍ବର:  ଆବାସ ଯୋଜନାରେ ହିତାଧିକାରୀଙ୍କ ନାମ ପ୍ରକାଶ ପାଇଛି । ତେବେ ଏଥିରେ ହଜାର ହଜାର ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବା ଅଭିଯୋଗ ହୋଇଛି ।ପ୍ରତ୍ୟେକ ଜିଲ୍ଲାରେ ଏପରି ଅଭିଯୋଗ ଆସିଛି ।  ଫନିରେ ବି ଅନେକ ଲୋକଙ୍କ ଘର ଭାଙ୍ଗିଥିଲା ବେଳେ କିନ୍ତୁ ତାଲିକାରେ କାହା ନାମ ନଥିବା ଦେଖାଯାଇଛି ।
ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଅନେକ ସରକାରୀ ବାବୁମାନେ ଘର ଘର ବୁଲି ତଦନ୍ତ କରିଥିଲେ । ଲୋକେ ୩ ବର୍ଷ ପରେ ସରକାର ଘର ଖଣ୍ଡେ ଦେବେ ବୋଲି ଆଶା ରଖିଥିଲେ । କିନ୍ତୁ ଏପରି ତାଲିକା ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ପଞ୍ଚାୟତ ବାସି ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଖି ଦୁଃଖିତ । ପ୍ରତି ପଂଚାୟତରେ ଅନେକ ଲୋକେ ଘର ପାଇବାକୁ ଯୋଗ୍ୟ  ହେଲେ କେଉଁ ଆଧାରରେ ଅଯୋଗ୍ୟ ଲୋକଙ୍କ ତାଲିକା ପ୍ରକାଶ ପାଇଛି ତାହାକୁ ନେଇ ବିରୋଧୀମାନେ ପ୍ରଶ୍ନ ଉଠାଇଲେଣି ।