ସୋମବାର ସାରାଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ସମ୍ବୋଧନ କରିଥିଲେ । ତେବେ ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଭାଇ-ଭାଇ ଏବଂ ପରିବାରବାଦକୁ ନିଶାନା କରିଥିଲେ । ମୋଦୀ କହିଥିଲେ, ପରିବାରବାଦ ଦେଶପାଇଁ ଘାତକ । ଯେତେବେଳେ ମୁଁ ଭାଇ-ଭାଇ ଏବଂ ପରିବାରବାଦର କଥା କହିଥାଏ ଲୋକଙ୍କୁ ଲାଗିଥାଅ ମୁଁ କେବଳ ରାଜନୀତିର କଥା କହୁଛି । କିନ୍ତୁ ଏହା ନୁହେଁ, ଦୁର୍ଭାଗ୍ୟ ଯେ ରାଜନୈତିକ କ୍ଷେତ୍ରରେ ଥିବା ତାର କିଛି ତ୍ରୁଟି ସାରା ଭାରତର ପ୍ରତ୍ୟେକ ସଂସ୍ଥାନରେ ପରିବାରବାଦକୁ ପୋଷିତ କରିଦେଇଛିା ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ପରିବାରବାଦ ଯୋଗୁ ପ୍ରତିଭାଶାଳୀ ବ୍ୟକ୍ତି ପଛରେ ରହିଯାଇଥାନ୍ତି । ତେବେ କେବଳ ପରିବାରବାଦ ନୁହେଁ ଦୁର୍ନୀତି ଉପରେ ମଧ୍ୟ ମୋଦୀ ଟାର୍ଗେଟ କରିଥିଲେ । ସେ କହିଥିଲେ ଦୁର୍ନୀତି ଦେଶକୁ ଫମ୍ପା କରିଦେଇଛି । ଦେଶକୁ ଏହା ବିରୋଧରେ ଲଢେଇ କରିବାକୁ ପଡିବ । ଆମର ପ୍ରୟାସ ଯେଉଁମାନେ ଦେଶକୁ ଲୁଟ କରିଛନ୍ତି ସେମାନଙ୍କୁ ତାହା ଫେରାଇବାକୁ ପଡିବ । ଆମେ ଏହା ଉଦ୍ୟମ କରୁଛୁ ଯେ, ଯେଉଁମାନେ ବିଗତ ସରକାରରେ ଦେଶରୁ ଲୁଟ କରି ଫେରାର ହୋଇଯାଇଛନ୍ତି ସେମାନଙ୍କ ସମ୍ପତ୍ତିକୁ ଜବତ କରିବୁ । ଏହା କରିବା ଦ୍ୱାରା ସେମାନେ ଦେଶକୁ ଫେରିବାକୁ ବାଧ୍ୟ ହେବେ ।
Trending
- ମେଟ୍ରୋରେ କୌଣସି ପ୍ରକାରର ଶବ୍ଦ କଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ
- ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ଶୁଣାଣି,ପରବର୍ତ୍ତୀ ଶୁଣାଣି ମେ’ ୨ ତାରିଖରେ
- ଜମ୍ମୁରେ ଭୟଙ୍କର ସଡ଼କ ଦୁର୍ଘଟଣା,ଲିଭିଲା ୨୧ ଜଣଙ୍କ ଜୀବନ
- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆଜି ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ପବିତ୍ର ଅକ୍ଷୟ ତୃତୀୟା,ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ