ସୋମବାର ସାରାଦେଶ ୭୬ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏହି ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରାଦେଶକୁ ସମ୍ବୋଧନ କରିଥିଲେ । ତେବେ ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଭାଇ-ଭାଇ ଏବଂ ପରିବାରବାଦକୁ ନିଶାନା କରିଥିଲେ । ମୋଦୀ କହିଥିଲେ, ପରିବାରବାଦ ଦେଶପାଇଁ ଘାତକ । ଯେତେବେଳେ ମୁଁ ଭାଇ-ଭାଇ ଏବଂ ପରିବାରବାଦର କଥା କହିଥାଏ ଲୋକଙ୍କୁ ଲାଗିଥାଅ ମୁଁ କେବଳ ରାଜନୀତିର କଥା କହୁଛି । କିନ୍ତୁ ଏହା ନୁହେଁ, ଦୁର୍ଭାଗ୍ୟ ଯେ ରାଜନୈତିକ କ୍ଷେତ୍ରରେ ଥିବା ତାର କିଛି ତ୍ରୁଟି ସାରା ଭାରତର ପ୍ରତ୍ୟେକ ସଂସ୍ଥାନରେ ପରିବାରବାଦକୁ ପୋଷିତ କରିଦେଇଛିା ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ପରିବାରବାଦ ଯୋଗୁ ପ୍ରତିଭାଶାଳୀ ବ୍ୟକ୍ତି ପଛରେ ରହିଯାଇଥାନ୍ତି । ତେବେ କେବଳ ପରିବାରବାଦ ନୁହେଁ ଦୁର୍ନୀତି ଉପରେ ମଧ୍ୟ ମୋଦୀ ଟାର୍ଗେଟ କରିଥିଲେ । ସେ କହିଥିଲେ ଦୁର୍ନୀତି ଦେଶକୁ ଫମ୍ପା କରିଦେଇଛି । ଦେଶକୁ ଏହା ବିରୋଧରେ ଲଢେଇ କରିବାକୁ ପଡିବ । ଆମର ପ୍ରୟାସ ଯେଉଁମାନେ ଦେଶକୁ ଲୁଟ କରିଛନ୍ତି ସେମାନଙ୍କୁ ତାହା ଫେରାଇବାକୁ ପଡିବ । ଆମେ ଏହା ଉଦ୍ୟମ କରୁଛୁ ଯେ, ଯେଉଁମାନେ ବିଗତ ସରକାରରେ ଦେଶରୁ ଲୁଟ କରି ଫେରାର ହୋଇଯାଇଛନ୍ତି ସେମାନଙ୍କ ସମ୍ପତ୍ତିକୁ ଜବତ କରିବୁ । ଏହା କରିବା ଦ୍ୱାରା ସେମାନେ ଦେଶକୁ ଫେରିବାକୁ ବାଧ୍ୟ ହେବେ ।
Trending
- ସାରା ଦେଶରେ ପର୍ଯ୍ୟାୟକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍ଆଇଆର୍) କରାଯିବ
- ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଗିରପ
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ