ବଢ଼ିଲା ଚିତାଙ୍କ ବଂଶ

ଭୋପାଳ: ଖୁସିଖବର ।  ବଢ଼ିଲା ଚିତାଙ୍କ ବଂଶ । ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ନାମିବ୍ୟାରୁ ଆସିଥିବା ଚିତାଙ୍କ ମଧ୍ୟରୁ ଏକ ଚିତା ଜନ୍ମଦେଇଛି ୪ ଛୁଆ । ଯାହାକୁ ନେଇ ଜାତୀୟ ଉଦ୍ୟାନରେ ଖୁସି ଭରିଯାଇଛି ।  କିଡନି ସଂକ୍ରମଣ କାରଣରୁ ଏକ ଚିତା ମଧ୍ୟରୁ ତିନିଦିନ ତଳେ ସାସା ନାମକ ଏକ ମାଈ ଚିତାର ମୃତ୍ୟୁ ପରେ ଏହି ଖୁସି ଖବର ଆସିଛି ।

ଗତବର୍ଷ ସେପ୍ଟେମ୍ବର ୧୭ରେ ଚିତା ପ୍ରୋଜେକ୍ଟ ଜରିଆରେ ୮ଟି ଚିତାଙ୍କୁ କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ଥିଲେ ୫ଟି ମାଈ ଓ ୩ଟି ଅଣ୍ଡିରା ।