ଜନସନ୍ ଆଣ୍ଡ ଜନସନ୍ କଂପାନି ଆସନ୍ତାବର୍ଷ ବେବି ପାଉଡର ବିକ୍ରିକୁ ବନ୍ଦ କରିବାକୁ ଯାଉଛି । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ବଜାରରେ ଚର୍ଚ୍ଚା ଜୋର ଧରିଛି । ଆମେରୀକାରେ ହୋଇଥିବା ଗ୍ରାହକ ସୁରକ୍ଷା ମାମଲା କାରଣରୁ ଏହି ପ୍ରଡକ୍ଟର ବିକ୍ରିକୁ ବନ୍ଦ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ବେବି ପାଉଡର ଆଉ ବଜାରକୁ ଛଡାଯାଉନାହିଁ । ଯାହା ଷ୍ଟକ୍ ଥିଲା ତାହା କିଛି ଦିନ ମଧ୍ୟରେ ସରିଯିବ ।
ଏହି ପାଉଡରେ ଆଜବେଷ୍ଟର ଏକ ପ୍ରକାର କ୍ଷତିକାରକ ଫାଇବର ମିଳିଥିଲା, ଯାହାକି କ୍ୟାନ୍ସରର ମୁଖ୍ୟ କାରଣ ବୋଲି ଆମେରିକାରେ ମାମଲା ହୋଇଥିଲା । ପରେ ତେବେ ଗର୍ଭାଶୟ କ୍ୟାନ୍ସର ପାଇଁ ୩୫ ହଜାର ମହିଳା ଏହି କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ଫଳରେ ଆମେରୀକାରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ଚାହିଦା ହ୍ରାସ ପାଇଥିଲା ।