ଆଇପିସି, ସିଆରପିସି, ଫରେନସିକ ଓ ଏଭିଡେନ୍ସ ଆଇନର ସଂଶୋଧନ କରିବେ ସରକାର

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁବାର ଦିନ ଦିଲ୍ଲୀ ପୋଲିସ ସ୍ଥାପନା ଦିବସରେ ଯୋଗ ଦେଇ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଭାରତୀୟ ଦଣ୍ଡ ସଂହିତା ଆଇନ ଓ ଅପରାଧିକ ପ୍ରକ୍ରିୟା ସଂହିତା ଆଇନ ସହ ଏଭିଡେନ୍ସ ଆକ୍ଟର କିଛି ଆଇନ ସଂଶୋଧନ କରାଯିବ ।ସେ କହିଥିଲେ କି, ସ୍ୱାଧୀନତା ପୂର୍ବରୁ ପୋଲିସର କାମରେ ସେବା ବୋଲି କିଛି ନଥିଲା । ହେଲେ ଏବେ ପୋଲିସ ପାଖରେ ଅନେକ ସେବା କାର୍ଯ୍ୟ ରହିଛି । କରୋନା ମହାମାରୀ ସମୟରେ ଦିଲ୍ଲୀ ପୋଲିସ ଯେଭଳି ସେବା କରିଛି ତାହା ପ୍ରଶଂସନୀୟ । ଏବେ ମୋବାଇଲ କ୍ୟାମେରା ମାଧ୍ୟମରେ ପାସପୋର୍ଟ ସେବା ସହ ୫ ଦିନ ମଧ୍ୟରେ ଘରେ ରହି ପାସପୋର୍ଟ ପାଇପାରିବେ ବୋଲି ଗୃହମନ୍ତ୍ରୀ କହିଛନ୍ତି ।