ବିମାନବନ୍ଦରରେ ବିଜୁ ବାବୁଙ୍କ ଡାକୋଟା, ବିମାନକୁ ନେଇ ଉତ୍ସାହ, ଚର୍ଚା

ଭୁବନେଶ୍ବର: ବହୁ ବାଦ ବିବାଦ ଚର୍ଚା ପରେ  ଓଡ଼ିଶାକୁ ଆସିଛି ବିଜୁ ବାବୁଙ୍କ ଡାକୋଟା ବିମାନ । ବହୁ ଦିନର ପ୍ରତିକ୍ଷାର ଅନ୍ତ ଘଟିବା ପରେ ବିମାନଟି କୋଲକତାରୁ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିଛି । କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଏହାକୁ ନେଇ ଖୁସି ପ୍ରକଟ କରିଛନ୍ତି ତା ନୁହେଁ ସାଧାରଣ ଜନତା, ବୁଦ୍ଧିଜୀବୀ ଏପରିକି ବିରୋଧୀମାନେ ମଧ୍ୟ ଡାକଟୋକୁ ନେଇ ଅନେକ ଚର୍ଚା କରୁଛନ୍ତି । ବହୁ ଦିନରୁ କୋଲକତା ବିମାନ ବନ୍ଦରରେ ଏହି ବିମାନଟି ପଡିଥିଲା । ପରେ କିଛି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ଆଣିବା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ ।   ସିଧାସଳଖ ଭୁବନେଶ୍ୱର ବିମାନବନ୍ଦରରେ ଡାକୋଟାକୁ ଦେଖିବେ ଏବେ  ଓଡିଶାବାସୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ଡାକୋଟାକୁ ସ୍ୱାଗତ କରିବାକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବୃଆରୀ ମାସ ସୁଦ୍ଧା ଏହାକୁ ସର୍ବସାଧାରଣ ଦେଖିବା ପାଇଁ ବ୍ୟବସ୍ଥା କରାଯିବ ।