ପୁଲଓ୍ବାମା ଆକ୍ରମଣର 4 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଲା ୪ ବର୍ଷ । ସହିଦଙ୍କୁ ମନେ ପକାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି ପୁରା ଭାରତ ।  ଆଜି ବ୍ଲାକ ଡେ’ ପାଳୁଛନ୍ତି ଦେଶବାସୀ । ବୀରପୁତ୍ରଙ୍କୁ ବଳିଦାନକୁ ମନେ ପକାଇଲେ ଆଖିରୁ ଆପେ ଆପେ ଲୁହ ଝରିଆସୁଛି । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍‌କା ।
୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ୩ଟା । ଜୈସ ଏ- ମ ହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଏହି ଆକ୍ରମଣ ।