ସଙ୍ଗୀତର ମଜା ନେଉଛି ଗଧିଆ

ମେଟ୍ରୋ ଟିଭି ଓଡିଶା (୧୭.୨.୨୦୨୨) :

ବାଞ୍ଜୋ ଶବ୍ଦ ଶୁଣି ଧାଇଁ ଆସୁଛି ଗଧିଆ । ନେଉଛି ସଙ୍ଗୀତର ମଜା। ବାଞ୍ଜୋବାଦକଙ୍କ ସହ କରିଛି ବନ୍ଧୁତା । ଆଶ୍ଚଯ୍ୟ ହେଲେ ବି ସତ । ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ସୋସିଆଲ ମିଡିଆରେ ଆମେରିକାର ଜଣେ ବାଞ୍ଜୋ ବାଦକଙ୍କ ଭିଡିଓ ଭାଇରାଲ ହୋଇଛି ।

ବାଞ୍ଜୋବାଦକ ଆଣ୍ଡି ଥର୍ଣ୍ଣ କୋଲରାଡୋରେ ସଙ୍ଗୀତ ପରିବେଶଣ କରନ୍ତି । ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ଗଧିଆ ବାଞ୍ଜୋ ଶବ୍ଦ ଶୁଣି ଧାଇଁ ଆସୁଛି । ଏପରିକି ସଙ୍ଗୀତର ମଜା ନେଉଛି । କୋଲରାଡୋ ସର୍ବାଦା ସନ୍ଧ୍ୟାରେ ବାଞ୍ଜୋ ବଜାଇଥାନ୍ତି । ଯାହାରୁ ଅତି ଆନନ୍ଦର ସହ ଗଧିଆଟି ଶୁଣିଥାଏ ୫୫ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଭିଡିଓରେ କୋଲରାଡୋଙ୍କ ପାଖରେ ଗଧିଆଟି ଠିଆ ହୋଇଥିବା ଦେଖିବାକୁ ମିଳିବ । ତେବେ ଗଧିଆଟି କିଛି ସମୟ ସଙ୍ଗୀତର ମଜା ଉଠାଇବା ପରେ ଆପେ ଆପେ ଚାଲି ଯାଇଥାଏ । ପୁଣି କିଛି ସମୟ ପରେ ସେ ସଙ୍ଗୀତର ମଜା ନେବାକୁ ଚାଲି ଆସିଥାଏ ।