ମାଲ ମିଲେଗା,ପୁଷ୍ପା ଭି ମିଲେଗା ଟ୍ୱିଟ କଲେ ୟୁପି ପୋଲିସ

ମାଲ ମିଲେଗା,ପୁଷ୍ପା ଭି ମିଲେଗା ଟ୍ୱିଟ କଲେ ୟୁପି ପୋଲିସ

ମେଟ୍ରୋ ଟିଭି ଓଡିଶା,୮/୨ : ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ସୁପରହିଟ୍ ହେବା ପରେ କାଠ ତସ୍କରୀ କରୁଥିବା ଚୋର ଏବେ ସାବଧାନ ହୋଇପଡିଛନ୍ତି। ଖାଲି ଏତିକି ନୁହେଁ, ଏମାନଙ୍କୁ ସାବାଡ କରିବା ପାଇଁ ମଧ୍ୟ ପୋଲିସ ତତ୍ପର ହୋଇପଡିଛି। ଏମିତି ଏକ ଘଟଣା ୟୁପିର ଶାହାରନପୁର ଜିଲ୍ଲାରେ ଗାଗାଲେହରୀ ଅଞ୍ଚଳରେ ଦେଖିବାକୁ ମିଳିଛି। ୟୁପି ପୋଲିସ ଦୁଇ ଜଣ କାଠ ତସ୍କର କରୁଥିବା ବ୍ୟକ୍ତି ଏବଂ ୧୧.୦୫୦ କେଜିର କାଠ ଏବଂ ୨୦ ଲକ୍ଷ ଟଙ୍କା ଜବତ କରିଛି। ଏହା ପରେ ପୋଲିସ ଟ୍ଵିଟ୍ କରିଛି ଯେ, ‘ମାଲ ମିଲେଗା’, ପୁଷ୍ପା ଭି ମିଲେଗା’। ଆଉ ଏହି ଟ୍ଵିଟ୍ ଏବେ ଭାଇରଲ ହେବାରେ ଲାଗିଛି।

https://www.instagram.com/tv/CZq51YRjGo-/?utm_source=ig_web_copy_link
source-instagram,up police 112


ପୋଲିସ ଏହାକୁ ଟ୍ଵିଟ କରି ଫିଲ୍ମ ‘ପୁଷ୍ପା’ର ଡାଇଲଗ ସହ ଭିଡିଓ କ୍ଲିପ ମଧ୍ୟ ଆଡ୍ କରିଛି। ଏହି ଭିଡିଓ ଭାଇରଲ ହେବା ପରେ ଏହାକୁ ୫୯ ହଜାରରୁ ଅଧିକ ଭ୍ୟୁ ମିଳିଛି। ୧ଲକ୍ଷରୁ ଉର୍ଦ୍ଧ୍ୱ ପ୍ରତିକ୍ରିୟା ୬ ହଜାରରୁ ଉର୍ଦ୍ଧ୍ୱ ଲାଇକ୍ସ ଏବଂ ୨,୨୦୦ରୁ ଅଧିକ ରିଟ୍ଵିଟ୍ ମଧ୍ୟ ହୋଇଛି।