ଖୁସିରେ ରହିବା ପାଇଁ ଚିନ୍ତାଧାରା ବଦଳାଇବା ଉଚିତ୍

ଆପଣ ଘରେ କାର୍ଯ୍ୟକ୍ଷେତ୍ରରେ ଖୁସି ପାଇପାରୁନାହାଁନ୍ତି କି? ଯଦି ହଁ , ତେବେ ଆପଣ ଆଉ ଭାବନ୍ତୁ ନାହିଁ । କିପରି ଖୁସି ପାଇବେ ସେଥିପାଇଁ ଦୃଷ୍ଟି ଦିଅନ୍ତୁ । ଏକ ରିସର୍ଚରୁ ଜଣାଯାଇଛି ଯେ ଯଦି ଆପଣ କାର୍ଯ୍ୟ କ୍ଷେତ୍ରରେ ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି ଏବଂ ନିଜ କାର୍ଯ୍ୟ ଠିକ ଭାବେ କରୁଛନ୍ତି ତେବେ ଖୁସି ରହିବେ । ଘରେ ମଧ୍ୟ ସେହି ଏକା କଥା । ପରିବାର ସଦସ୍ୟଙ୍କ ସହ ମିଳିମିଶି ଚଳିପାରୁଥିବା ବ୍ୟକ୍ତି ହିଁ ଖୁସି ପାଇଥାନ୍ତି । ରିସର୍ଚରୁ ଜଣାପଡିଛି କୋଭିଡ ପରେ ଲୋକେ ଘରେ ରହି କାର୍ଯ୍ୟ କରୁଛନ୍ତି । ଯେଉଁମାନେ ଘରେ ରହି ଠିକ୍ ଭାବେ କାମ କରୁଛନ୍ତି ସେମାନେ ଖୁସି ଅଛନ୍ତି । ନିଜ ବସଙ୍କ ଆଶା ଅନୁଯାୟୀ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଖୁସି ରହିଥିବା ଜଣାପଡିଛି । ଯେଉଁମାନେ କାମ ନକରି ବେସି ବୁଲିଥାନ୍ତି , ଗପିଥାନ୍ତି, ଅନ୍ୟମାନଙ୍କ ବିଷୟରେ ଘଂଟା ଘଟା ଧରି କଥା ହୁଅନ୍ତି,  ସେମାନେ କିନ୍ତୁ ଖୁସି ରହିପାରୁନଥିବା ରିସର୍ଚରେ ଜଣାପଡିଛି । ତେଣୁ ଆପଣ ଫୋନରେ ଗପିବା ଛାଡି କାମରେ ମନ ଦିଅନ୍ତୁ ନିଶ୍ଚୟ ଖୁସି ରହିବେ । କାମ ସାରିବା ପରେ ପରିବାର ଲୋକଙ୍କ ସହ ମିଶି ଚଳନ୍ତି ଘରେ ମଧ୍ୟ ଖୁସି ପାଇବେ ।