ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚିନ୍ତା କରୁଛନ୍ତି। କିନ୍ତୁ ଛେଳି ମେଣ୍ଢା ଜଙ୍ଗଲରେ ସିଂହ ବିରୁଦ୍ଧରେ ଲଢ଼ି ପାରିବେ ନାହିଁ।ଶ୍ରୀନଗରର ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲକୁ ଶିନ୍ଦେ କହିଛନ୍ତି ମୁଁ ବିରୋଧୀ ଦଳକୁ ଶାଗୁଣା ବୋଲି କହିବି ନାହିଁ। କିନ୍ତୁ ଛେଳି ମେଣ୍ଢା ଏକାଠି ହୋଇ ଜଙ୍ଗଲରେ ସିଂହ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଏମଜୁଟ ହୋଇ ପାରିବେ ନାହିଁ। ସେ କହିଛନ୍ତି ସିଂହ ସର୍ବଦା ସିଂହ ଏବଂ ସେ ଜଙ୍ଗଲକୁ ଶାସନ କରିଥାଏ।ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) କୁ ଚ୍ୟାଲେଞ୍ଜ କରିବାକୁ ବିରୋଧୀ ଦଳ ଏକାଠି ହେବା ବିଷୟରେ ପଚରାଯିବାରୁ ଶିବସେନା ନେତା କହିଛନ୍ତି ସେମାନେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିବାକୁ ଚିନ୍ତା କରୁଛନ୍ତି। ସେ କହିଛନ୍ତି ମୁଁ ଭାବୁନାହିଁ ବିରୋଧୀ କୌଣସି ସ୍ଥାନରେ ପ୍ରତିଦ୍ୱନ୍ଦ୍ୱିତା ସ୍ଥିତିରେ ଅଛି।ମହାରାଷ୍ଟ୍ରରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସର ସ୍ଥିତି ଉପରେ ଶିନ୍ଦେ କହିଛନ୍ତି ଅଜିତ ପାୱାର ଆମ ସହ ଯୋଗଦେବା ପରେ ଆମ ପ୍ରତି ୨୧୫ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ସରକାରଙ୍କ ପାଇଁ କୌଣସି ବିପଦ ନାହିଁ। ଉଦ୍ଧବ ଠାକରେଙ୍କ ନାମ ନ ନେଇ ସେ କହିଛନ୍ତି ଆମେ ଲୋକଙ୍କ ପାଇଁ କାମ କରୁଛୁ।
Trending
- ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ , ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post