ସନାତନ ଧର୍ମକୁ ନେଇ ଦ୍ରାବିଡ ମୁନେତ୍ର କାଜାଗମ୍ ନେତାଙ୍କ ଟିପ୍ପଣୀକୁ ନେଇ ବଢୁଥିବା ବିବାଦ ମଧ୍ୟରେ କଂଗ୍ରେସ ଏବେ ସତର୍କ ହୋଇଯାଇଛି । ପାର୍ଟିର କିଛି ନେତା ଏହି ବିଷୟ ଉପରେ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଓ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସହିତ କିଛି ନେତା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ(ସିଡବ୍ଲ୍ୟୁସି)ରେ କହିଛନ୍ତି, ଦଳ ଏପରି ବିବାଦରୁ ଦୂରେଇ ରହିବା ଉଚିତ ।ବିଶେଷ ସୂତ୍ରରୁ ଜଣାପଡିଛି ଯେ, ରାହୁଲ ଗାନ୍ଧୀ କହିଛନ୍ତି ନେତାମାନେ ସନାତନ ଧର୍ମ ବିବାଦରେ ପଡିବା ପରିବର୍ତ୍ତେ ଗରିବ ଓ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ । କାରଣ ଏହିମାନେ ହିଁ ଦଳର ପାରମ୍ପାରିକ ଭୋଟ୍ ବ୍ୟାଙ୍କ ରହି ଆସିଛନ୍ତି ।ସିଡବ୍ଲ୍ୟୁସି ବୈଠକରେ ବାଘେଲା ଓ ଦିଗବିଜୟ ସିଂହ ଉଭୟ କହିଛନ୍ତି ସନାତନ ଧର୍ମ ବିବାଦ ଉପରେ ଦଳ ମୁହଁ ଖୋଲିବା ଦ୍ୱାରା ଦଳର କ୍ଷତି ହେବ ଓ ବିଜେପିକୁ ଲାଭ ମିଳିବ । ସେହିପରି ଦଳର ବରିଷ୍ଠ ନେତା ପି. ଚିଦାମ୍ବରମ କହିିଛନ୍ତି , ବିଜେପି ଅସଲ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ଓ କଂଗ୍ରେସ ଏହି ବିବାଦରେ ପଡିବ ନାହିଁ ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post