କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶିଖ୍ ସଂପ୍ରଦାୟ ଟିପ୍ପଣୀ ପାଇଁ ଆଜି ଦିଲ୍ଲୀ ବିଜେପି ପକ୍ଷରୁ ହଜାର ହଜାର ଶିଖ୍ ସଦସ୍ୟ ରାହୁଲଙ୍କ ବିରୋଧରେ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି। ଶିଖ୍ ଗୋଷ୍ଠୀ ଆଜି ରାହୁଲ ଗାନ୍ଧୀଙ୍କ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିଲେ। ସେମାନେ ହାତରେ ପ୍ଲାକାର୍ଡ ଧରି ଏବଂ ସ୍ଲୋଗାନ୍ ଦେଇ ବିଜୟ ଭବନଠାରୁ ୧୦ ଜନପଥ ବାସଭବନ ଅଭିମୁଖେ ଆନ୍ଦୋଳନ ଯାତ୍ରା କରିଥିଲେ ଏବଂ ସେଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତୁରନ୍ତ ଏହି ମାମଲାରେ କଂଗ୍ରେସ କ୍ଷମାପ୍ରାର୍ଥନା କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି। ରାହୁଲ ଓ ସୋନିଆ ଗାନ୍ଧୀଙ୍କ ବାସଭବନ ସମ୍ମୁଖରେ ଉତ୍ତେଜନା ବଢ଼ିବାରୁ ପୁଲିସ ଅନେକ ଶିଖ୍ ନେତାଙ୍କୁ ଅଟକ ରଖିଥିଲା। ବିଜେପି ନେତା ଆର୍ପି ସିଂହଙ୍କୁ ମଧ୍ୟ ଆଜି ପୁଲିସ ଅଟକ ରଖିଥିଲା।ରାହୁଲ ଗାନ୍ଧୀ ତୁରନ୍ତ କ୍ଷମାପ୍ରାର୍ଥନା କରିବାକୁ ଦାବି କରି ସେ କହିଛନ୍ତି, ରାହୁଲ ଭାରତକୁ ଅପମାନିତ କରିବାପାଇଁ ବିଦେଶ ମାଟିର ବ୍ୟବହାର କରିଛନ୍ତି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ଆମେରିକାରେ କହିଥିଲେ ଯେ ଭାରତରେ ଶିଖ୍ ସମ୍ପ୍ରଦାୟର ଲୋକଙ୍କୁ ପଗଡ଼ି କିମ୍ବା କଡା ପିନ୍ଧିବାରେ ଅସୁବିଧା ହେଉଛି। ସେମାନଙ୍କୁ ଗୁରୁଦ୍ବାର ଯିବାକୁ ଦିଆଯାଉନି ବୋଲି ମଧ୍ୟ ରାହୁଲଙ୍କ ଟିପ୍ପଣୀ ଆଲୋଡ଼ନ ସୃଷ୍ଟି କରିଛି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀ ଶିଖ୍ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି ଏବଂ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ପାଇଁ କଂଗ୍ରେସ ଦଳ ହିଁ ଦାୟୀ।
Trending
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା
- ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଲା ପୋଲିସ
- ଆଇଆଇସି ବିୟୁଟି ମହାନ୍ତି ଆତ୍ମହତ୍ୟା ମାମଲା: ମିଳିଛି ଡିଜିଟାଲ ଏଭିଡେନ୍ସ
- ଚିଲିକାରେ ଅନନ୍ୟ ‘ଜଳ ରଥଯାତ୍ରା’ , ଡଙ୍ଗାରେ ମାଉସୀ ମା’ ମନ୍ଦିର ଯାତ୍ରା କଲେ ମହାପ୍ରଭୁ
- ସ୍ବଦେଶୀ ନିର୍ମିତ ପ୍ରଥମ ହାଇଡ୍ରୋଜେନ ଟ୍ରେନକୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
- ସାମାଜିକ କର୍ମୀ ତଥା ଜଳବାୟୁ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଅନଶନ ୨୦ ଦିନରେ ପହଞ୍ଚିଛି
- ଶେଷ ହେଲା ରଥ ଟଣା, ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ପହଞ୍ଚିଛି ତିନି ରଥ
Prev Post
Next Post