ତେଲେଙ୍ଗାନାର ଜଗତିୟାଲ ଜିଲ୍ଲାରେ ରାସ୍ତାକଡ ଭୋଜନାଳୟରେ ଦୋସା ତିଆରି କରିଛନ୍ତି । କଂଗ୍ରେସ ସାଂସଦ ବିଜୟଭେରୀ ଯାତ୍ରା ଅଧୀନରେ କରିମନଗରରୁ ଜଗତିୟାଲ ଗସ୍ତରେ ଥିଲେ । ସେ ରାସ୍ତାରେ ନୁକାପଲ୍ଲୀ ବସ ଷ୍ଟାଣ୍ଡରେ ଅଟକି, ସେଠାରେ ଥିବା ଭୋଜନାଳୟକୁ ଯାଇଥିଲେ ଏବଂ ସେଠାରେ ଦୋସା କରୁଥିବା ବ୍ୟକ୍ତିଙ୍କ ସହ କଥା ହେଲେ ।ରାହୁଲ ଗାନ୍ଧୀ ସେଠାରେ ପହଁଚି ଦୋକାନୀଙ୍କ ଠାରୁ ପ୍ରଥମେ ବୁଝିଲେ କିପରି ଦୋସା ହୁଏ । ପରେ ସେ ନିଜେ ଦୋସା ତିଆରି କଲେ ଏବଂ ତାର ସ୍ୱାଦ ସମସ୍ତଙ୍କୁ ଚଖାଇଲେ । ଏହାରି ମଧ୍ୟରେ ସାଂସଦ ରାହୁଲ ଗାନ୍ଧୀ ଦୋସା ତିଆରି କରୁଥିବା ଲୋକକୁ ତାଙ୍କ ଆୟ ଏବଂ ଆଗକୁ ଆସୁଥିବା ସମସ୍ୟା କଥା ପଚାରିଲେ । ରାହୁଲ ଗାନ୍ଧୀଙ୍କୁ ସେଠାରେ ସାଧାରଣ ଜନତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।ରାହୁଲ ଗାନ୍ଧୀ ଦୋସା ପ୍ରସ୍ତୁତ କରିସାରିବା ପରେ ରାସ୍ତା କଡରେ ଲୋକମାନଙ୍କ ସହ ବସି ଖାଇଲେ । ରାହୁଲ ଗାନ୍ଧୀ ତିଆରି କରିଥିବା ଦୋସାକୁ ନିଜ ହାତରେ ଲୋକମାନଙ୍କୁ ଖୁଆଇଦେଲେ । ତାଙ୍କର ଏପରି କାର୍ଯ୍ୟକଳାପ ଦେଖି ଲୋକେ ଖୁସି ହୋଇଗଲେ । ଏଥିସହ ସେ ନିଜେ ରାସ୍ତା କଡରେ ବସି ଲୋକମାନଙ୍କ ସହ ଖାଇଲେ ମଧ୍ୟ । ସେଠାରେ ଥିବା କୁନି କୁନି ପିଲାଙ୍କୁ ଚକଲେଟ ବାଣ୍ଟିଛନ୍ତି ।
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Next Post