ସିବିଏସଇର ସିଙ୍ଗଲ ଗାର୍ଲ ଚାଇଲ୍ଡ ସ୍କଳଶରସିପ୍ ପାଇଁ ଆବେଦନ କରିନାହାଁନ୍ତି, ସେମାନଙ୍କ ପାଇଁ ବଡ଼ ଖବର । ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବୋର୍ଡ ୨୦୨୩-୨୪ ବର୍ଷ ପାଇଁ ସାରା ଦେଶରେ ୧୧ କିମ୍ବା ୧୨ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀମାନଙ୍କ ସ୍କଲାରସିପ୍ ଆବେଦନ ତାରିଖକୁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛି ।
ପୂର୍ବରୁ ଏହି ଆବେଦନର ଶେଷ ତାରିଖ ଥିଲା ୧୮ ଅକ୍ଟୋବର ୨୦୨୩ । ୨୦ ଅକ୍ଟୋବର ୨୦୨୩ ଶୁକ୍ରବାର ଦିନ ଜାରି କରାଯାଇଥିବା ସର୍ବସାଧାରଣ ବିଜ୍ଞପ୍ତିରେ ବୋର୍ଡ ଘୋଷଣା କରିଛି ଯେ, ବର୍ତ୍ତମାନ ଛାତ୍ରୀମାନେ ଏହି ସ୍କଲାରସିପ୍ ପାଇଁ ୩୧ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଆବେଦନ କରିପାରିବେ ।ଏହି ସ୍କଲାରସିପ୍ ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବରରେ ଆରମ୍ଭ ହୋଇଥିଲା ଏବଂ ଏହାର ଶେଷ ତାରିଖ ୧୮ ଅକ୍ଟୋବର ୨୦୨୩ ଥିଲା । ସିବିଏସ୍ଇ ଦ୍ୱାରା ଆରମ୍ଭ ହୋଇଥିବା ସିଙ୍ଗଲ୍ ଗାର୍ଲ ଚାଇଲ୍ଡ ସ୍କଲାରସିପ୍ ଅନୁଯାୟୀ, ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପ୍ରତି ମାସରେ ୫୦୦ ଟଙ୍କା ପ୍ରଦାନ କରାଯିବ । ଅଧିକ ସୂଚନା ପାଇଁ ଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cbse.gov.inକୁ ଯାଇ ବିଜ୍ଞପ୍ତି ଯାଞ୍ଚ କରିପାରିବେ ।
Trending
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
Prev Post
Next Post