ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ପରେ ସୁଧା ମୂର୍ତ୍ତି କହିଛନ୍ତି ଆଜି ମହିଳା ଦିବସରେ ତାଙ୍କୁ ବଡ ଉପହାର ମିଳିଛି । ସେ କହିଛନ୍ତି ସେ ଏବେ ଭାରତରେ ନାହାନ୍ତି । କିନ୍ତୁ ମହିଳା ଦିବସରେ ଏହା ତାଙ୍କ ପାଇଁ ବଡ ଉପହାର । ଦେଶ ପାଇଁ କାମ କରିବା ଏକ ନୂଆ ଦାୟିତ୍ୱ ଅଟେ । ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏଠାରେ ସୂଚାଇ ଦିଆଯାଇପାରେ କି ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ହେବା ସହିତ ଜଣେ ସୁପ୍ରତିଷ୍ଠିତ ଲେଖିକା ମଧ୍ୟ । ସେ ଲଗାତର ମହିଳା ଓ ଶିଶୁଙ୍କ ଲାଗି କାମ କରି ଆସୁଛନ୍ତି । ସେ ବହୁ ପ୍ରେରଣାଦାୟକ ପୁସ୍ତକ ଲେଖିଛନ୍ତି । ୧୯୮୧ରେ ଇନଫୋସିସ୍ ଆରମ୍ଭ ସମୟରେ ସୁଧା ମୂର୍ତ୍ତି ସ୍ୱାମୀ ନାରାୟଣ ମୂର୍ତ୍ତିଙ୍କୁ ୧୦,୦୦୦ଟଙ୍କା ଉଧାର ଦେଇଥିଲେ । ସୁଧା ଏକ ଟିଭି ଶୋ’ରେ କହିଛନ୍ତି ସେତେବେଳେ ସେମାନେ ଏକ ଭଡା ଘରେ ରହୁଥିଲେ ଓ ତାଙ୍କ ପରିବାର ଆର୍ଥିକ ସଂକଟ ଦେଇ ଗତି କରୁଥିଲା ।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post