ଚଳିତ ମାସ ୧୧ ଓ ୧୨ ତାରିଖରେ ଏହି ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହେବ । ସେନେଇ ନିକଟରେ ଓଏସଏସସି ୱେବସାଇଟରେ ଆଡମିଟ୍ କାର୍ଡ ଜାରି କରାଯାଇଥିଲା । ତେବେ ପରୀକ୍ଷାର ୩ ଦିନ ପୂର୍ବରୁ ଆସିଛି ଏକ ଜରୁରୀ ଖବର । ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ସେଣ୍ଟର ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଜେଟ ସ୍ମାର୍ଟ ଆଇଟି ସର୍ଭିସେସରେ ପରୀକ୍ଷା ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ ତାହା ରାଧା ମୋହନ ଆସେସମେଣ୍ଟ ସର୍ଭିସେସ ପ୍ରା. ଲିଃ.ରେ ହେବ ବୋଲି ସୂଚନା ଜାରି କରାଯାଇଛି । ପରୀକ୍ଷା ପୂର୍ବରୁ ପ୍ରାର୍ଥୀମାନେ ୱେବସାଇଟ୍ ଚେକ୍ କରିବା ଆବଶ୍ୟକ ।ପ୍ରିଲିମିନାରୀ ପରୀକ୍ଷାରେ ପ୍ରାର୍ଥୀଙ୍କୁ ୨ ଘଣ୍ଟା ମଧ୍ୟରେ ୧୨୫ ମାର୍କର ଉତ୍ତର ଦେବାକୁ ପଡ଼ିବ । ପ୍ରତ୍ୟେକ ଭୁଲ୍ ଉତ୍ତର ପାଇଁ ୦.୨୫ ହିସାବରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି । ୟୁଆରଙ୍କ ପାଇଁ ୧୧୬ଟି, ଶିକ୍ଷା ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଏସଇବିସି)ଙ୍କ ପାଇଁ ୨୮ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୩୯ଟି ଓ ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୫୧ଟି ପଦ ଖାଲି ରହିଛି । ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଆଧାରରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ
Trending
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
- ପିଲାଦିନକୁ ମରିବାକୁ ଦେବା ଉଚିତ୍ ନୁହେଁ ବରଂ ବଞ୍ଚାଇ ରଖିବା ହେଉଛି ଶିକ୍ଷକଙ୍କ କାମ – ମୋଦୀ
- ଯୁଦ୍ଧ ସମୟରେ ସବୁଠାରୁ ଦୀର୍ଘ ସମୟ ପ୍ରଧାନମନ୍ତ୍ରୀ ରହିବାର ରେକର୍ଡ କଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ମୋଦୀ ଜଣାଇଲେ ଶୁଭେଚ୍ଛା
- ଆନ୍ଦୋଳନକାରୀଙ୍କ ବାପାଙ୍କୁ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗରେ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭରଦ୍ୱାଜ ଗିରଫ
- ଆଜିଠୁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ,ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ
- ମଣିଷ ଗଢ଼ୁଥିବା ଗୁରୁଙ୍କୁ ସମ୍ମାନର ଦିନ , ଗୁରୁ ଦିବସ ପାଇଁ ଚଳଚଞ୍ଚଳ ବିଭିନ୍ନ ଶିକ୍ଷାନୁଷ୍ଠାନ
- ଚାଷୀଙ୍କ ଖାତାରେ ସିଏମ କିଷାନର ପଞ୍ଚମ କିସ୍ତି , ଡିବିଟି ମାଧ୍ୟମରେ ଚାଷୀଙ୍କ ଖାତାକୁ ଗଲା ଟଙ୍କା
Prev Post