ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଗତକାଲି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ଆଜି ତାଙ୍କର ଚିକିତ୍ସା ଶେଷ ହୋଇ ଯାଇଥିବା ବେଳେ ସେ କୋଲକାତା ଫେରି ଯାଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ରଖିବା ଜରୁରୀ ନୁହେଁ ବୋଲି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ମତ ରଖିଛନ୍ତି। ସେ ସକାଳୁ କୋଲକାତା ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି। ତାଙ୍କୁ ପରବର୍ତ୍ତୀ ଜେରା ପାଇଁ ଇଡି ଅଫିସ୍କୁ ନିଆଯିବ ବୋଲି ସୂଚନା ରହିଛି। କଲିକତା ହାଇକୋର୍ଟ ରବିବାର ଦିନ ଏହି ନିର୍ଦ୍ଦେଶ ଦେବାପରେ ଇଡି ପକ୍ଷରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇଥିଲା।ଇଡି ଦ୍ବାରା ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ରାଜ୍ୟ ସରକାରଙ୍କ ହସ୍ପିଟାଲରେ ଭର୍ତ୍ତିକୁ ବିରୋଧ କରିଥିଲା ଇଡି। ଏସଏସକେଏମ୍ ହସ୍ପିଟାଲ ପରିବର୍ତ୍ତେ ତାଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ଇଡି ହାଇକୋର୍ଟରେ ଆବେଦନ କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପାର୍ଥଙ୍କୁ ଭୁବନେଶ୍ବର ଏମ୍ସକୁ ସୋମବାର ସକାଳେ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
Trending
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭାରତ ଗସ୍ତରେ ଆସିବେ ଆମେରିକା ଉପରାଷ୍ଟ୍ରପତି
- ଭାଷା ବିଭାଜନର କାରଣ ହେବା ଉଚିତ ନୁହେଁ
- ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି