ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡି ଆନ୍ଦୋଳନ ଡାକରା ଦେଇଛି। ସରକାର ଓ ସରକାରୀ ଦଳର ପ୍ରୋତ୍ସାହନରେ ପୀଡ଼ିତାଙ୍କୁ ନିନ୍ଦିତ କରିବାକୁ ଚେଷ୍ଟା କରାଯାଉଛି ବୋଲି ଦଳ ଆରୋପ ଲଗାଇଛି। ଶଙ୍ଖ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଅରୁଣ ସାହୁ କହିଥିଲେ, ଏହି ଲଜ୍ଜାଜନକ ଘଟଣାକୁ ରାଜ୍ୟ ସରକାର ଚପାଇଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ଘଟଣାଟି ୧୪ ତାରିଖ ରାତିରେ ଘଟିଥିଲେ ହେଁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାର ଯୋଜନାବଦ୍ଧ ଭାବେ ଚପାଇ ଦେଇଥିଲେ। ପୀଡ଼ିତା ହାଇକୋର୍ଟରୁ ଜାମିନ ପାଇବା ପରେ ଏହି ଘଟଣାଟି ୧୮ ତାରିଖରେ ଲୋକଲୋଚନକୁ ଆସିଲା।ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କହିଲେ, ଭରତପୁର ଥାନା ଘଟଣା କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଓଡ଼ିଶାର ସମ୍ମାନ ତଳକୁ ନେଇ ଯାଇଛି। ବିଜେପି ସରକାର କ୍ଷମତାକୁ ଆସିବାର ୧୦୦ ଦିନ ପୂରଣକୁ ନେଇ ବିଜେପି ଉତ୍ସବ ପାଳନରେ ମସ୍ଗୁଲ ଥିଲା ବେଳେ ଭରତପୁର ଥାନା ଲଜ୍ଜା ଘଟଣା ଲୋକଲୋଚନକୁ ଆସିଛି। ୧୦୦ ଦିନର ଯାତ୍ରାର ଆରମ୍ଭରେ ରାଜ୍ୟପାଳଙ୍କ ପୁଅ ଦ୍ବାରା ଆକ୍ରମଣର ଶୀକାର ହୋଇଥିଲେ ଜଣେ ସରକାରୀ ଅଧିକାରୀ ଏବଂ ୧୦୦ ଦିନର ପୂର୍ତ୍ତିର ଠିକ୍ ପୂର୍ବରୁ ଭରତପୁର ଥାନା ଲଜ୍ଜା ଘଟଣା ରାଜ୍ୟବାସୀଙ୍କୁ ଚକିତ କରିଛି। ଭୁବନେଶ୍ବରରେ ହେବାକୁ ଥିବା ୬ ଘଣ୍ଟିଆ ହରତାଳ ସମୟରେ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ହରତାଳ କରାଯିବ ବୋଲି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଥିଲେ।
Trending
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
- ସ୍ମାର୍ଟ ସିଟି ଓ ଟ୍ଵିନ୍ ସିଟିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା
- ନରେନ୍ଦ୍ର ମୋଦୀଙ୍କୁ ଭେଟି ୱାକଫ ସଂଶୋଧନ ଆଇନ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦାଉଦୀ ବୋହରା ସମ୍ପ୍ରଦାୟର ଲୋକମାନେ
- କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
Prev Post