ଜମ୍ମୁ-କଶ୍ମୀରରେ ଠିକ୍ ସମୟରେ ନିର୍ବାଚନ କରାଯିବ ବୋଲି ସୋମବାର ନିର୍ବାଚନ କମିଶନ (ଇସି) କହିଛନ୍ତି। ୫ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଖବରଦାତା ସମ୍ମିଳନୀରେ ତାରିଖ ଘୋଷଣା କରିବା ଅବସରରେ ଏହା ସ୍ପଷ୍ଟ କରିଛନ୍ତି। କମିଶନ ଯେତେବେଳେ ଅନୁଭବ କରିବେ କଶ୍ମୀରରେ ନିର୍ବାଚନ ପାଇଁ ସମୟ ଉପଯୁକ୍ତ, ସେତେବେଳେ ପଦକ୍ଷେପ ଗ୍ରହଣ କରାଯିବ। ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଭୋଟରମାନଙ୍କୁ ଆକୃଷ୍ଟ କରିବା ଲାଗି ମାଗଣା ସୁବିଧା ଓ ସହାୟତା ଘୋଷଣା କରୁଥିବାରୁ ମୁଖ୍ୟ ନିର୍ବାଚନ କମିଶନର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମାଗଣା ସୁବିଧା କେଉଁଠୁ ଆସୁଛି, ତାହା ଜନସାଧାରଣ ଜାଣିବା ଆବଶ୍ୟକ ବୋଲି ସିଇସି କହିଛନ୍ତି।
ଅନ୍ୟପକ୍ଷରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ଇସି ତାରିଖ ଘୋଷଣା ନ କଲେ ଜନସାଧାରଣ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇବେ ବୋଲି ନ୍ୟାଶନାଲ କନ୍ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା କହିଛନ୍ତି।
Trending
- ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ
- କଟକ ସହରରେ ସ୍ଥିତି ନିୟନ୍ତ୍ରଣ : ଇଣ୍ଟରନେଟ୍ ବନ୍ଦ
- କାଶ ସିରପର ଗୁଣବତ୍ତା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ
- ପୁଲିସ ଏସ୍ଆଇ ପରୀକ୍ଷା ଜାଲିଆତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦେଶ
- ଶ୍ରୀକ୍ଷେତ୍ରକୁ ଛୁଟିଲେଣି ହବିଷ୍ୟାଳି
- ଆଜି ବିରାଜିବେ ମା’ ଗଜଲକ୍ଷ୍ମୀ
- ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତ ଆଜି
- ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ
- ‘ଆପଣଙ୍କ ପୁଞ୍ଜୀ ଆପଣଙ୍କ ଅଧିକାର’ ସଚେତନତା ଅଭିଯାନ ଗାନ୍ଧୀନଗରରୁ ଶୁଭାରମ୍ଭ, ଉଦ୍ଘାଟନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- 7-15 ବର୍ଷ ବୟସର ପିଲାଙ୍କ ପାଇଁ ଆଧାର ବାୟୋମେଟ୍ରିକ୍ ସଂଶୋଧନ ଦେୟ ଛାଡ଼ କଲା ୟୁଆଇଡିଏଆଇ
Prev Post
Next Post