ଦିଲ୍ଲୀରେ ଥିବା ନ୍ୟାଶନାଲ ହେରାଲ୍ଡ ଘର, ଲକ୍ଷ୍ନୌରେ ଥିବା ନେହରୁ ଭବନ ଓ ମୁମ୍ବାଇର ଥିବା ନ୍ୟାସନାଲ ହେରାଲ୍ଡ ଘର ଜବତ ହୋଇଥିବା ତାଲିକାରେ ରହିଛି। ଏଜେଏଲର ସମ୍ପତ୍ତିର ମୋଟ ମୂଲ୍ୟ ହେଉଛି ୬୬୧.୬୯ କୋଟି ଟଙ୍କା। ନ୍ୟାସନାଲ ହେରାଲ୍ଡ ଖବରକାଗଜର ପ୍ରକାଶନ ସଂସ୍ଥା ଏଜେଏଲ୍। ଏହା ଏବେ ‘ୟଙ୍ଗ ଇଣ୍ଡିଆ’ ଅଧୀନରେ ରହିଛି। ଏଥିରେ ୟଙ୍ଗ ଇଣ୍ଡିଆର ସମ୍ପତ୍ତିର ମୂଲ୍ୟ ୯୦.୨୧ କୋଟି ଟଙ୍କା।ଆୟକର ବିଭାଗର ନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ, ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ଏବଂ ଦଳର ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପଚରାଉଚରା କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି)। ଏହି ମାମଲାରେ ସେମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାର ଯାଇ ତାଙ୍କର ବୟାନକୁ ରେକର୍ଡ କରାଯାଇଛି । ଏନେଇ ଇଡି ଉଭୟ କଂଗ୍ରେସ ନେତାଙ୍କୁ ପଚରାଉଚରା କରି ସାରିଛନ୍ତି।ସୂଚନା ଥାଉକି, ଦିଲ୍ଲୀର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ ୨୦୧୪ରେ ଏଜେଏଲ ଏବଂ ୟଙ୍ଗ ଇଣ୍ଡିଆ ବିରୋଧରେ ପିଏମଏଲଏ ଅନ୍ତର୍ଗତ ଇଡି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଏହି ମାମଲା ସହ ଜଡିତ ଅଭିଯୁକ୍ତମାନେ ୟଙ୍ଗ ଇଣ୍ଡିଆନ ମାଧ୍ୟମରେ ଶହ ଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ପାଇବା ପାଇଁ ଅପରାଧିକ ଷଡଯନ୍ତ୍ର କରିଥିଲେ। ଅଭିଯୋଗ ହୋଇଛି ଖବରକାଗଜ ପ୍ରକାଶନ ପାଇଁ ସରକାର ଭାରତର ବିଭିନ୍ନ ସହରରେ ରିହାତି ମୂଲ୍ୟରେ ଜମି ପ୍ରଦାନ କରିଥିଲେ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Prev Post
Next Post