ଓଡିଆ ପୁଅ ହେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ଓଡିଆ ପୁଅ ହେଲେ ଲଦାଖର ପ୍ରଥମ ଉପରାଜ୍ୟପାଳ

ମେଟ୍ରୋ ଟିଭି ଓଡିଶା,୬/୧: କେନ୍ଦ୍ରରେ ପୁଣି ଓଡିଆ ପୁଅଙ୍କୁ ଗୁରୁତ୍ୱ ଦିଆଯାଇଛି । ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଛନ୍ତି । ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ପ୍ରକାଶ ମିଶ୍ର ଯିଏକି ୨୦୧୪ରେ ଓଡିଶା ପୋଲିସରୁ ହଟିବା ପରେ ବିଜେପିରେ ଯୋଗ ଦେଇଥିଲେ । ସେ ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶାର ଡିଜିପି ଭାବେ କାର୍ଯ୍ୟରତ ଥିଲେ । ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ସେ ସିଆରପିଏଫର ଡିଜି ଭାବେ କାର୍ଯ୍ୟରତ ଥିଲେ ।
ସେ କଟକ ଲୋକସଭା ଆସନରୁ ରାଜ୍ୟ ବିଜେପିରେ ଯୋଗ ଦେଇଥିଲେ । ସେ ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ରୂପେ ଘୋଷିତ ଲଦାଖର ପ୍ରଥମ ଉପରାଜ୍ୟପାଳ ହୋଇଛନ୍ତି । ଯାହା ଓଡିଶା ପାଇ ଗର୍ବ ଓ ଗୌରବ ଆଣି ଦେଇଛି ।